Odiapua.com

ଟାଟା ଷ୍ଟିଲ ପକ୍ଷରୁ ଦିବାରାତ୍ରୀ ମିଡିଆ ମୈତ୍ରୀ କ୍ରିକେଟ୍ ଟୁର୍ଣାମେଣ୍ଟ, ଯୋଡ଼ା ମିଡିଆକୁ ହରାଇ କେନ୍ଦୁଝର ମିଡିଆ ବିଜୟ

ଯୋଡା, ୮ା୫ (ଓଡିଆ ପୁଅ/ସେକ୍ ଜାବିର ମହମ୍ମଦ) : ଟାଟା ଷ୍ଟିଲ ଯୋଡ଼ା ପକ୍ଷରୁ କେନ୍ଦୁଝର ଜିଲ୍ଲା ଏବଂ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଅଞ୍ଚଳ ର ସମସ୍ତ ସାମ୍ବାଦିକ ମାନଙ୍କୁ ନେଇ ଶନିବାର ତା ୭/୫/୨୨ ରିଖ ଦିନ ଏକ ମିଡିଆ ମୈତ୍ରୀ କ୍ରିକେଟ୍ ଟୁର୍ଣାମେଣ୍ଟ ର ଆୟୋଜନ କରାଯାଇଥିଲା। ଏହି ଟୁର୍ଣାମେଣ୍ଟରେ କେନ୍ଦୁଝର ଜିଲାର କେନ୍ଦୁଝର ମିଡିଆ, ଯୋଡ଼ା ମିଡିଆ, ବଡ଼ବିଲ ମିଡିଆ, ଚମ୍ପୁଆ ମିଡିଆ, ସୁନ୍ଦରଗଡ଼ ଜିଲ୍ଲାର କୋଇଡା ମିଡିଆ ଟିମ୍ ଏବଂ ଟାଟା ଷ୍ଟିଲ ଟିମ୍ ଅଂଶ ଗ୍ରହଣ କରିଥିଲେ। ଖେଳଟି ଦିବା ରାତ୍ରି ମ୍ୟାଚ୍ ହୋଇଥିବାରୁ ଶନିବାର ଅପରାହ୍ନ ସମୟ ରେ ଖେଳ ଆରମ୍ଭ ହୋଇ ରାତି ୯.୩୦ ରେ ସମାପ୍ତ ହୋଇଥିଲା। ପ୍ରଥମ ମ୍ୟାଚ୍ ରେ ବଡ଼ବିଲ ଓ ଟାଟା ଷ୍ଟିଲ ଟିମ୍ ମଧ୍ୟରେ ଖେଳ ହୋଇ ଟାଟା ଷ୍ଟିଲ ୫୫ ରନ୍ କରି ବିଜୟ ହୋଇଥିଲେ। ଦ୍ଵିତୀୟ ମ୍ୟାଚଟି ଯୋଡ଼ା ଟିମ୍ ଏବଂ ଚମ୍ପୁଆ ଟିମ୍ ମଧ୍ୟରେ ହୋଇଥିଲା। ଯୋଡ଼ା ଟିମ୍ ୯୫ ରନ୍ କରି ବିଜୟ ହୋଇଥିବା ବେଳେ ତୃତୀୟ ମ୍ୟାଚ୍ ଟି କେନ୍ଦୁଝର ଟିମ୍ ଓ କୋଇଡା ଟିମ୍ ମଧ୍ୟରେ ହୋଇଥିବା ବେଳେ କେନ୍ଦୁଝର ବିଜୟ ହୋଇଥିଲା। ଶେଷରେ ଯୋଡ଼ା ଟିମ୍ ଓ କେନ୍ଦୁଝର ଟିମ୍ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା। ଫାଇନାଲ ମ୍ୟାଚ୍ ରେ ଟସ୍ ଜିଣି ଯୋଡ଼ା ଟିମ୍ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୪୭ ରନ୍ କରିଥିବା ବେଳେ କେନ୍ଦୁଝର ଟିମ୍ ଶେଷ ବଲରେ ୪୮ ରନ୍ କରି ବିଜୟ ହୋଇଥିଲା। ସମସ୍ତ ଖେଳ ଅତି ମନରଞ୍ଜନକାରୀ ହୋଇଥିବା ବେଳେ ଫାଇନାଲ ମ୍ୟାଚ୍ ଟି ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଥିଲା। ଯୋଡ଼ା ଟିମ୍ ଓ କେନ୍ଦୁଝର ଟିମ୍ ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍ ଟି ସବୁ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲା। ଶେଷରେ ୪୮ ରନ୍ କରି କେନ୍ଦୁଝର ଟିମ୍ ବିଜୟ ହୋଇ ଥିଲେ। ଯୋଡ଼ା ଟିମ୍ ଉପବିଜେତା ହୋଇଥିଲା। ସମସ୍ତ ଟିମ୍ ଗୁଡ଼ିକ ମଧ୍ୟ ରୁ ଯୋଡ଼ା ଟିମ୍ ହିଁ ଅଧିକ ରନ୍ କରି ଗୋଟାଇ ବାରେ ସଫଳ ହୋଇଥିଲା। ଏହି କ୍ରିକେଟ୍ ଖେଳ ଟି ରେ ପ୍ରତି ଟିମ୍ କୁ ୫ ଓଭର ଲେଖାଏଁ ଖେଳି ନିଜର ଖେଳ ପ୍ରଦର୍ଶନ କରିବାର ସୁଯୋଗ ଦିଆଯାଇଥିଲା। ଟାଟା ଷ୍ଟିଲ ଜି ଏମ୍ (ଓ ଏମ୍ କ୍ୟୁ ଡିଭିଜନ) ଅତୁଲ୍ ଭଟ୍ଟନାଗର, ଟାଟା ଷ୍ଟିଲ ମୁଖ୍ୟ ସରୋଜ ବାନାର୍ଜୀ, ରାଜେଶ୍ କୁମାର (ଚିଫ ଏନ୍ ଆଇ ଏନ୍ ଏଲ ଟାଟା ଷ୍ଟିଲ), ଅବନିଶ୍ କୁମାର (ଚିଫ ଏମ୍ ଜି ଏମ୍ ଟାଟା ଷ୍ଟିଲ), ଦୀପକ୍ କୁମାର ଚିଫ୍ କଳବଙ୍ଗ ପ୍ରଭୃତି ଯୋଗ ଦେଇ ଟସ୍ କରାଇ ଖେଳ ଆରମ୍ଭ କରାଇବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। କର୍ପୋରେଟ କମ୍ୟୁନିକେସନ ଅଧିକାରୀ ଶୁଭ୍ରାଂଶୁ କୁମାର ପଣ୍ଡା ଓ ଆଶିଷ କୁମାର ଆଚାର୍ଯ୍ୟ ସମସ୍ତ ଖେଳକୁ ପରିଚାଳନା କରିଥିଲେ।