Odiapua.com

ଟାଟା ପାୱାରର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଧାରଣା ଓ ପ୍ରତିବାଦ ସଭା – କଂଗ୍ରେସ ଅଣ୍ଟା ଭିଡ଼ିଲା

ପୁରୀ ୨୯-୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଟାଟା ପାୱାର ବିଦ୍ୟୁତ ବିତରକ ସଂସ୍ଥାର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଟାଟା ପାୱାର ପିପିଲି କାର୍ଯ୍ୟାଳୟ ଠାରେ ପିପିଲି ନଗର /ପିପିଲି ବ୍ଲକ କଂଗ୍ରେସ ପକ୍ଷରୁ ଧାରଣା, ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି କମ୍ପାନୀ କର୍ମଚାରୀଙ୍କ ଦ୍ଵାରା ସାଧାରଣ ଗରିବ ଗ୍ରାହକଙ୍କୁ ଶୋଷଣ ତଥା ମାନସିକ ଅତ୍ୟାଚାର କରିଆସୁଥବା ବେଳେ ମନ ଇଚ୍ଛା ମାସିକ ବିଲ ହେଉଥିବାର କଂଗ୍ରେସ ଅଭିଯୋଗ କରିଛି। ବକେୟା ବିଲ ୫୦ ପ୍ରତିଶତ ଦାବି କରାଯାଇ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଉଅଛି। ଚେକିଂ ଆଳରେ ହଜାର ହଜାର ଟଙ୍କା ଗରିବ ବିଦ୍ୟୁତ୍ ଉପୋଭୋକ୍ତାଙ୍କୁ ଫାଇନ୍ କରାଯାଉଅଛି। ଅଘୋଷିତ ବିଦ୍ୟୁତ୍ କାଟ ମାତ୍ରାଧିକ କରାଯାଉଥିବା ବେଳେ ବିଦ୍ୟୁତ୍ ଯୋଗାଣ ମାନ ବୃଦ୍ଧି କରାଯାଉ ନାହିଁ। ପିପିଲି ଏକ କୃଷି ପ୍ରଧାନ ଅଂଚଳ ହୋଇ ଥିବା ବେଳେ ବିଦ୍ୟୁତ୍ ବିଲ ଆଦାୟ ଆଳରେ ବିଦ୍ୟୁତ୍ ବିଛିନ୍ନ କରାଯାଉଅଛି।

ଯେଉଁ ଭଳି ଭାବରେ ସେବା ଯୋଗାଇ ଦେବା ପାଇଁ ସରକାରୀ ଭାବେ ସ୍ଥିର କରାଯାଇ ଥିଲା ତାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରି ମନୋମୁଖୀ କାର୍ଯ୍ୟ ଟାଟା କରୁଛି ବୋଲି ପିପିଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କ ନେତୁତ୍ବ ରେ ଶତାଧିକ କଂଗ୍ରେସ କର୍ମୀ ପିପିଲି ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦେଇଥିଲେ। ଏ ସମ୍ପର୍କରେ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପତ୍ର ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଟାଟା କମ୍ପାନୀ ଏଭଳି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ନଜର କୁ ଆସିଲେ ରାଜ୍ୟ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ଦୃଢ଼ ପ୍ରତିବାଦ କରିବ ବୋଲି କଂଗ୍ରେସ ଚେତାବନୀ ଦେଇଛି।

କଂଗ୍ରେସର ଏହି ପ୍ରତିବାଦ ସଭାରେ ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ନିରୂପମା ପାତ୍ର, ପିପିଲି ଏନ ଏ ଏସି କଂଗ୍ରେସ ସଭାପତି ସେକ ମେହେବୁବ ପ୍ରମୁଖ ଯୋଗ ଦେଇ ଟାଟା କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ଅପର ପକ୍ଷରେ ପୁରୀ ମଧ୍ୟ ଉପଭୋକ୍ତାମାନଙ୍କୁ ଶୋଷଣ କରାଯାଉଥିବା ନଜରକୁ ଆସିଛି। ଉପୋଭୋକ୍ତାମାନଙ୍କୁ କର୍ମଚାରୀଙ୍କ ଦ୍ବାରା ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଏପରିକି ସମୟ ଦିଆ ନଯାଇ ପୂଜା ସମୟରେ ବିଦ୍ୟୁତ ବିଚ୍ଛିନ୍ନ କରିବା ଦ୍ୱାରା ଉପଭୋକ୍ତାମାନେ ଅନେକ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି। ପୁରୀ ସହରରେ ମଧ୍ୟ ଯେଉଁ କର୍ମଚାରୀମାନେ କାର୍ଯ୍ୟରତ ସେମାନେ ଉପଭୋକ୍ତାଙ୍କୁ ଠିକ ଉତ୍ତର ଦେବା ପରିବର୍ତ୍ତେ ମାନସିକ ନିର୍ଯାତନା ଦେଉଛନ୍ତି। ମାନସିକ ନିର୍ଯାତନା ବିରୁଦ୍ଧରେ ଟାଟାର ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହେଉଛି। ଏପରିକି ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କୁ ତାଙ୍କର ହ୍ବାଟ୍ସ ଆପରେ ଅନୁରୋଧ କରିବା କିମ୍ବା ଅଭିଯୋଗ କରିବା କରିବା ପରେ ମଧ୍ୟ କମ୍ପାନୀ ପକ୍ଷରୁ ସେମାନଙ୍କର ଉତ୍ତର ନାହିଁ। ଉପଭୋକ୍ତାମାନଙ୍କର ବିଦ୍ୟୁତ ସଂଯୋଗ କାଟି ସେମାନଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଉଛି। ବାରମ୍ବାର ଅଫିସକୁ ଦୌଡ଼ି ମଧ୍ୟ ନିରାଶ ହେଉଛନ୍ତି ଉପୋଭୋକ୍ତାମାନେ। କର୍ମଚାରୀଙ୍କର ବ୍ୟବହାରରେ ଉପଭୋକ୍ତାମାନେ ଅସହ୍ୟ ନିର୍ଯାତିତ ହେବା ସହ ଏହା ପ୍ରତିବାଦରେ ଭିଜିଲାନ୍ସ ବିଭାଗ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରୁନାହିଁ।