Odiapua.com

ଟାଙ୍କିରୁ ଷଣ୍ଢ ଉଦ୍ଧାର କଲା ଦମକଳବାହିନୀ

ଭଦ୍ରକ, ୫-୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ପଟ୍ଟାପୋଲ ଅଞ୍ଚଳର ଶତ୍ରୁଘ୍ନ ଶଙ୍ଖୁଆଙ୍କ ଘରେ ଥିବା ଅଣ୍ଡରଗ୍ରାଉଣ୍ଡ ଟାଙ୍କିରେ ପଡିଥିବା ଏକ ଷଣ୍ଢକୁ ସ୍ଥାନୀୟ ଦମକଳବାହିନୀ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ସକ୍ଷମ ହୋଇଛି। ଗତ ଗୁରୁବାର ଖୋଲା ଦ୍ୱାର ବାଟେ ଷଣ୍ଢଟି ଘର ଭିତରକୁ ପଶି ଆସିଥିଲା। ବାହାରିବା ପାଇଁ ବାଟ ନପାଇ ଘରେ ଥିବା ଏକ ଅଣ୍ଡରଗ୍ରାଉଣ୍ଡ ଟାଙ୍କି ଭିତରେ ଷଣ୍ଢଟି ପଡିଯାଇ ଗର୍ଜ୍ଜନ କରିଥିଲା। ଘର ଲୋକେ ଦମକଳବାହିନୀକୁ ସୂଚନା ଦେଇଥିଲେ। ଅଗ୍ନିଶମ ଅଧିକାରୀ ରମାକାନ୍ତ ମଲ୍ଲିକଙ୍କ ନେତୃତ୍ୱରେ କର୍ମଚାରୀମାନେ କୌଶଳ କ୍ରମେ ସୁରକ୍ଷିତ ଭାବେ ଷଣ୍ଢକୁ ଉଦ୍ଧାର କରିଥିଲେ।