ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁ ରେ ଏବେ ବ୍ୟାପକ କଳା ବଜାରି ହେଉଛି ପେଟ୍ରୋଲ ଆଉ ଡିଜେଲ। ଏବେ ଅନେକ ଟାଙ୍କିରେ ତେଲ ମିଳୁ ନ ଥିବା ବେଳେ ଗାଁର ତେଜରାତି, ପାନ ଦୋକାନରେ ମିଳୁଛି ତେଲ। ତେଲ ମିଳୁ ନଥିବାରୁ ବେପାରୀ ଟାଙ୍କିରୁ ହାତ କରି ତେଲ ଆଣି ୧୫୦,୧୮୦ଟଙ୍କା ଲିଟର ବିକୁଥିବା ଦେଖିବାକୁ ମିଳିଛି। ଗୋଟିଏ ପଟେ ତେଲ ପାଇଁ ଚିନ୍ତା ନ କରିବାକୁ ସରକାର କହୁଥିବା ବେଳେ ଅନ୍ୟ ପଟେ ଟାଙ୍କିରେ ମିଳୁନି ତେଲ। ରାଣୀତାଲ ଅଂଚଳରେ ଅସୁରା ନିକଟରେ ଥିବା ଏକମାତ୍ର ଟାଙ୍କିରେ ତେଲ ନ ଥିବାରୁ ଏ ଅଂଚଳର ଲୋକ ମାନେ ବାଧ୍ୟ ହୋଇ ଚଢା ଦରରେ କିଣୁଛନ୍ତି ତେଲ। ଗୋଟିଏ ପଟେ ଅଧିକ ଦର ଖାଉଟିକୁ ବାଧୁଥିବା ବେଳେ ବେପାରୀ ମାଲେ ମାଲ ହେଉଛନ୍ତି। ଏଥି ପ୍ରତି ଯୋଗାଣ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।