Odiapua.com

ଟାଉନ କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀ ଜୟନ୍ତୀ

ରାଉରକେଲା ୨୨-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୭୫ତମ ଜନ୍ନବାର୍ଷିକୀ ଫର୍ଟିଲାଇଜର ଟାଉନ କଂଗ୍ରେସ କମିଟି ପକ୍ଷରୁ ପାଳିତ ହୋଇଯାଇଛି। ଏଥିରେ ଟାଉନ କଂଗ୍ରେସ ସଭାପତି ସୁଧାକର ମଲ୍ଲିକ ସଭାପତିତ୍ୱ କରିଥିବାବେଳେ କର୍ମୀମାନେ ରାଜୀବ ଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ସ୍ମୃତିଚାରଣ କରିଥିଲେ। ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଶାସନ କାଳରେ ବିଭିନ୍ନ ଉନ୍ନତି ଓ ଦେଶ ପାଇଁ ବିକାଶ କାର୍ଯ୍ୟକ୍ରମ ପ୍ରଶଂସନୀୟ ଥିଲାା ୧୮ବର୍ଷ ଯୁବକଙ୍କୁ ଭୋଟ ଦାନ ଅଧିକାର, ପଚାଂୟତିରାଜର ଦିଗଦର୍ଶନ, ବିଜ୍ଞାନ ପ୍ରଯୁକ୍ତି ବିଦ୍ୟାର ପ୍ରଚଳନ ଆଦି କାର୍ଯ୍ୟକ୍ରମ ମାଧ୍ୟମରେ ଭାରତକୁ ଏକ ଅଗ୍ରଣୀ ଦେଶରେ ବିଶ୍ୱ ଦରବାରରେ ସ୍ଥାନିତ କରିପାରିଥିଲେ। ଏ ଅବସରରେ ବରିଷ୍ଠ କଂଗ୍ରେସ ନେତା ଅନାଦି ଚରଣ ମହାପାତ୍ର, ସୁବାଷ ପାତ୍ର, ପ୍ରଫୁଲ୍ଲ ପରିଜା, ରାଜୁ ଜୟପୁରିଆ, ଅଂଜୟ ବେହେରା, ସୁକାନ୍ତ ମହାନ୍ତି, ଦାମୋଦର ଧଳ, କାଶିନାଥ ମହାନ୍ତି, ରାଜ କିଶୋର ପରିଡ଼ା, ଲିଙ୍ଗରାଜ ଜେନା, ଗଡ଼ବିନ ଟପୋ, ଯୋଗେନ୍ଦ୍ର ଲୋହାର, ସତ୍ୟ ଭୂମିଜ, ବାବୁଲାଲ କିସାନ ପ୍ରମୁଖ ୍ରଯୋଗ ଦେଇ ଶ୍ରଦ୍ଧାଜଂଳି ଜ୍ଞାପନ କରିଥିଲେ।