Odiapua.com

ଟାଉନ୍ ହଲ ଛକରୁ ଭଦ୍ରକ କଲେଜ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ

????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ରାଜ୍ୟରେ ମୋହନ ସରକାରଙ୍କ ନିର୍ଦ୍ଦେଶ ପରେ ସହରରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଗତ ୧ ତାରିଖରୁ ଆରମ୍ଭ ହୋଇଥିବାବେଳେ ଆଜି ୩ୟ ପର୍ଯ୍ୟାୟରେ ଭଦ୍ରକ ଟାଉନ୍ ହଲ୍ ଛକରୁ ଭଦ୍ରକ କଲେଜ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇଛି । ଏହି ରାସ୍ତରେ ପ୍ରାୟ ଶତାଧିକ ଛାତ୍ରଛାତ୍ରୀ ପ୍ରତିଦିନ ଭଦ୍ରକ କଲେଜ ଯିବା ଆସିବା କରିଥାନ୍ତି । ଏହି ରାସ୍ତାର ଉଭୟ ପାଶ୍ୱର୍ରେ ଜବରଦଖଲକାରୀମାନେ ସରକାରୀ ଜାଗାକୁ ଅବରୋଧ କରି ବ୍ୟବସାୟ କରିଆସୁଥିବାବେଳେ ବହୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥାଏ । ସାଧାରଣ ଜନତା ଓ କଲେଜ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହି ଟ୍ରାଫିକ୍ ସମସ୍ୟା ନେଇ ବହୁବାର ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ ମଧ୍ୟ କରାଯାଇଥିଲା । ଆଜିର ଏହି ଉଚ୍ଛେଦ ପୂର୍ବରୁ ସହରରେ ଡାକବାଜି ଯନ୍ତ୍ର ଦ୍ୱାରା ଦୋକାନୀମାନଙ୍କୁ ଅବଗତ କରାଯାଇଥିବାବେଳେ ସେମାନେ ସ୍ୱତଃ ପ୍ରବୃତ ଭାବେ ନିଜ ନିଜ ଦୋକାନରୁ ଜିନିଷପତ୍ର କାଢିନେଇଥିଲେ । ଏବଂ ସେମାନେ ଆମ୍ଭଙ୍କୁ ସଂପୂର୍ଣ୍ଣ ସହଯୋଗ ମଧ୍ୟ କରୁଥିବାର ଦେଖିବାକୁ ମିଳୁଛି । ଏହି ଉଚ୍ଛେଦ ପ୍ରକ୍ରିୟା ଶାନ୍ତିଶୃଙ୍ଖଳା ଭାବେ ଚାଲିଛି । ଏବଂ ଏହି ଉଚ୍ଛେଦ ପ୍ରକ୍ରିୟା ଆଗକୁ ମଧ୍ୟ ଜାରି ରହିବ ବୋଲି ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ ଓ ତହସିଲଦାର ସଂଗ୍ରାମ କେଶରୀ ଖୁଂଟିଆ ପ୍ରକାଶ କରିଛନ୍ତି । ରାଜସ୍ୱ ଅଧିକାରୀ ଜ୍ୟୋତିରଂଜନ ପଣ୍ଡା, ଭଦ୍ରକ ଟାଉନ୍ ଥାନାଧିକାରୀ, ତହସିଲ କର୍ମଚାରୀ, ପୌରପାଳିକା କର୍ମଚାରୀ, ଇଲେକ୍ଟ୍ରି ବିଭାଗ କର୍ମଚାରୀଙ୍କ ସମେତ ୪ ପ୍ଲାଟୁନ୍ ପୁଲିସ୍ ଫୋର୍ସଙ୍କ ସହଯୋଗରେ ଏହି ଉଚ୍ଛେଦ ପ୍ରକ୍ରିୟା ହୋଇଥିଲା ।