Odiapua.com

ଟାଉନଥାନା ପୋଲିସ ପକ୍ଷରୁ ବ୍ରାଉନ୍‌ସୁଗାର ଜବତ ଓ ୩ ଗିରଫ

କେନ୍ଦ୍ରାପଡ଼ା, ୮ା୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ପୈାରାଞ୍ଚଳର ବଡହାଟ ନିକଟସ୍ଥ କେନାଲ କୁଳରୁ ଟାଉନ ଥାନା ପୋଲିସ ଦ୍ୱାରା ବ୍ରାଉନ୍‌ସୁଗାର ଜବତ କରାଯିବା ସହିତ ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗିରଫ ଯୁବକମାନଙ୍କ ନିକଟରୁ ୯.୫୭ଗ୍ରାମର ବ୍ରାଉନ୍‌ସୁଗାର ଜବତ କରାଯାଇଛି। ଗିରଫ ହୋଇଥିବା ଆସାମୀମାନେ ହେଉଛନ୍ତି ଟାଉନ ଥାନା ଅନ୍ତର୍ଗତ ଫକିରାବାଦ ଗ୍ରାମର ସେକ୍ ରହିଲ୍‌, ମହମ୍ମଦ୍ ଇନଜାମୁଲ୍ ହକ୍ ଓ ବଡହାଟ ଗ୍ରାମର ସେକ୍ ଅରସାଦ୍। ଏହି ୩ଜଣ ବହୁଦିନ ଧରି ବ୍ରାଉନ୍‌ସୁଗାର ବିକ୍ରି କରିବା ସହିତ ସେବନ କରୁଥିଲେ ବୋଲି ଟାଉନ୍‌ଥାନା ଅଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି ସୂଚନା ଦେଇଛନ୍ତି।