Odiapua.com

ଟାଇକୋଣ୍ଡୋ ଚାମ୍ପିୟାନସିପ ଉଦଯାପିତ, ଭଦ୍ରକ ଚାମ୍ପିୟାନ

ଭଦ୍ରକ ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଚରମ୍ପାସ୍ଥିତ ମହାରାଜା ଅଗ୍ରସେନ ଭବନରେ ଆୟୋଜିତ ୨୨ତମ ଟାଇକୋଣ୍ଡୋ ଚମ୍ପିୟାନସିପ ଆଜି ଉଦଯାପିତ ହୋଇଛି। ଗତକାଲି ଭାରତୀୟ ଟାଇକୋଣ୍ଡୋର ଜନକ ତଥା ଟାଇକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆର ସେକ୍ରେଟାରୀ ଜେନେରାଲ ଡ଼ ଜିମି ଆର ଜାଗତିଆନି ଉଦଘାଟନ କରିଥିବା ବେଳେ ଗତକାଲି ସନ୍ଧ୍ୟାରେ ଉଦଯାପିତ ହୋଇଛି। ତାଓର ସଂପାଦକ ରବିନାରାୟଣ ପାଣିଗ୍ରାହୀ ଙ୍କ ତତ୍ୱାବଧାନରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲାଇ, ସମ୍ମାନିତ ଅତିଥି ଭାବେ ପ୍ରଫେସର ସୁଜାତା ମହାପାତ୍ର,ଭଦ୍ରକ କ୍ରିକେଟ ଆସୋସିଏସନର ପୂର୍ବତନ ସଭାପତି ଉପେନ୍ଦ୍ର ବାରିକ, କୋଷାଧକ୍ଷ ବ୍ୟୋମକେଶ ସେନାପତି, ସମାଜ ସେବୀ ଅଶୋକ ମହାନ୍ତି, ସୀତାକାନ୍ତ ଦାସ,ଅଜୟ ଧଳ ଯୋଗ ଦେଇ ଦଳଗତ ଚମ୍ପିୟାନ ଭଦ୍ରକ ଦଳକୁ ଟ୍ରଫି ଓ ଢେଙ୍କାନାଳ ଦଳକୁ ପ୍ରଥମ ରନର୍ସ ଅପ, ବାଲେଶ୍ୱର ଦଳକୁ ଦ୍ୱିତୀୟ ରନର୍ସ ଅପ ଟ୍ରଫି ପ୍ରଦାନ କରିଥିଲେ। ଏଠାରେ ସ୍ମରଣଯୋଗ୍ୟ ରାଜ୍ୟସ୍ତରୀୟ ଏହି ଚମ୍ପିୟାନସିପରେ ଭଦ୍ରକ ଜିଲ୍ଲା ୧୬ସ୍ୱର୍ଣ୍ଣ ସହ ଚାମ୍ପିଯାନ ହୋଇ ଥିବା ବେଳେ ଢେଙ୍କାନାଳ ୧୫ ଓ ବାଲେଶ୍ୱର ୧୪ ସ୍ୱର୍ଣ୍ଣ ପାଇଁ ପ୍ରଥମ ଓ ଦ୍ୱିତୀୟ ରନର୍ସ ଅଫ ହୋଇଥିବା ଜଣାପଡିଛି। ଦୁଇ ଦିନ ଧରି ଚାଲିଥିବା ଏହି ଖେଳକୁ ଉପସଭାପତି ରମେଶ ପ୍ରଧାନ, ଯୁଗ୍ମ ସମ୍ପାଦକ ଯୋଗେଶ୍ୱର ମହନ୍ତ, ପବନ ଶର୍ମା, କୋଷାଧକ୍ଷ୍ୟା ସଂଘମିତ୍ରା ଦାଶ, ପ୍ରଜ୍ଞା ପରିମିତା ପଲାଇ,ଗୌରା ସାମଲ,ବିଦ୍ୟାଧର ବାରିକ,ବିଶାଲ ଲଖାନୀ, ଅଜୟ କୁମାର ଧଳ, ରମେଶ ଜେନା, ଧନେଶ୍ୱର ଜେନା, ସୁରେଶ ନାୟକ, ହରିହର ବାରିକ, ଶସଧର ଜେନା ପରିଚାଳନା କରିଥିଲେ।