Odiapua.com

ଟଳି ପଡ଼ିଲା ପୁରୁଣା କୋଠା

ଗୁଜୁରାଟ,୦୫/୦୯,(ଓଡ଼ିଆ ପୁଅ ପି ନାଏକ): ଗୁଜରାଟ ଅମହମ୍ମଦାବାଦରେ ତିନି ମହଲା କୋଠା ଭୁଶୁଡ଼ି ଅଘଟଣ। ଅମରାଇଓ୍ଵାଡିରେ ଅଘଟଣ ଘଟିଛି। ଭୁଶୁଡ଼ି ପଡ଼ିଥିବା କୋଠାଟି ୧୦୦ ବର୍ଷର ବୋଲି କୁହାଯାଉଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୁଇ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅନେକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି। ବିଲ୍ଡିଂ ଭୁଶୁଡିବାର ମାତ୍ର କିଛି ସମୟ ପରେ ପ୍ରଶାସନି ଅଧିକାରୀ ଓ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଜନସାଧାରଣ ମଧ୍ୟ ସହଯୋଗ କରୁଛନ୍ତି।