Odiapua.com

ଝୋଟ ଗୋଦାମରେ ଭୟାନକ ଅଗ୍ନିକାଣ୍ଡ : ଦେଢ଼ କୋଟି ଟଙ୍କାର ଝୋଟ ଜଳିଗଲା 

କଟକ, ୨୪/୧୨ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ଜିଲ୍ଲା ମାହାଙ୍ଗା ଥାନା କୁହୁଣ୍ଡା ଗାଁ’ରେ ଥିବା ଏକ ଝୋଟ ଗୋଦାମରେ ଆଜି ମଧ୍ୟାହ୍ନରେ ଅଚାନକ ଅଗ୍ନିକାଣ୍ଡ ଘଟିଛି।

ମୂଳବସନ୍ତ ପଞ୍ଚାୟତ ଗୁଣୁପୁର ଗାଁ’ର ଝୋଟ ବ୍ୟବସାୟୀ ଭୀମସାହୁ ଓ ଅର୍ଜ୍ଜୁନ ସାହୁଙ୍କ ଏହି ଗୋଦାମ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା।

ଏଠାରେ ୨ ହଜାର କ୍ୱିଣ୍ଟାଲରୁ ଅଧିକ ଝୋଟ ମହଜୁଦ ଥିଲା।

ଏହି ଗୋଦାମ ଭିତରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିବା ପରେ ଫାୟାର ଷ୍ଟେସନକୁ ଖବର ଦେଇ ଥିଲେ।

ସ୍ଥାନୀୟ ଲୋକ ମାନଙ୍କ ସହ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ ପାଇଁ ଉଦ୍ୟମ କରାଯାଇଥିଲା।

ତେବେ ୨ ହଜାର କ୍ୱିଣ୍ଟାଲରୁ ଅଧିକ ପରିମାଣର ଝୋଟ ଅର୍ଥାତ ଦେଢ଼ କୋଟିରୁ ଅଧିକ ଟଂକାର ଝୋଟ ସମ୍ପୂର୍ଣ୍ଣ ଜଳି ଯାଇଛି ବୋଲି ଆକଳନ କରାଯାଉଛି।

ସ୍ଥାନୀୟ ଆଖ ପାଖ ଅଂଚଳର ଲୋକମାନଙ୍କ ସହଯୋଗ ପରେ ଦରପୋଡା ଅବସ୍ଥାରେ ଅଳ୍ପ କିଛି ଝୋଟ ଗୋଦାମ ଘର ଭିତରୁ ବାହାର କରାଯାଇଥିବା ଜଣା ପଡିଛି।

ଏହି ଅଭାବନୀୟ ଘଟଣାକୁ ନେଇ ଗୋଦାମ ମାଲିକ ଅର୍ଜୁନି ସାହୁ ଓ ଭୀମ ସାହୁଙ୍କ ମୁଣ୍ଡରେ ଚଡକ ପଡିଛି।