Odiapua.com

ଝୋଟି ଚିତ୍ରଅଙ୍କନ ପ୍ରତିଯୋଗୀତା, ଆଦିମ ବଣ୍ଡା ଜନଜାତିଙ୍କ ପାରମ୍ପାରିକ ମାଳି ଓ ରିଙ୍ଗା ପ୍ରସ୍ତୁତି

ମାଲକାନଗିରିି,୬ା୧୦(ଓଡିଆ ପୁଅ) ଓଡିଶା ଲଳିତ କଳା ଏକାଡେମୀ,ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ମାଲକାଗନରି ଜିଲ୍ଲାପ୍ରଶାସନ ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ମାଲକାନଗରି ଜିଲ୍ଲାରେ ପ୍ରଥମ ଥରକରି ମହିଳା ମାନଙ୍କ ମଧ୍ୟରେ ପାରମ୍ପାରିକ ଝୋଟି,ଚିତ୍ର ଅଙ୍କନ ପ୍ରତି ଯୋଗୀତା ସହିତ ଆଦିମ ବଣ୍ଡା ଜନଜାତୀ ଙ୍କ ପାରମ୍ପାରିକ ମାଳି ଓ ରିଙ୍ଗା ପ୍ରସ୍ତୁତି ପ୍ରତିଯୋଗୀତା ଅନୁଷ୍ଟିତ ହୋଇ ଯାଇଛି । ଆଜି ସ୍ଥାନୀୟ ମାଲ୍ୟବନ୍ତ ଛାତ୍ରବାସ ସଭାଗୃହରେ ଜିଲ୍ଲାଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୀୟାଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ମୁଖ୍ୟଅତିଥି ଭାବେ ଲଳିତକଳା ଏକାଡେମୀର ସଭାପତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟନାୟକ,ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ବୀଶାଲ ସିଂ,ଅନ୍ୟତମ ଅତିଥି ଭାବେ ଲଳିତକଳା ଏକାଡେମୀର ସଂପାଦକ ପୂଣ୍ଣ ର୍ ଚନ୍ଦ୍ର ସାମଲ ଯୋଗ ଦେଇ ପ୍ରତିଯୋଗୀତା କୁ ଉଦଘାଟନ କରିବା ସହିତ ଝୋଟି ଚିତ୍ର ଅଙ୍କନ ପ୍ରତିଯୋଗୀତା ପୁରସ୍କାର ବିତରଣ ଉତ୍ସବରେ କୃତି ମହିଳା ମାନଙ୍କୁ ପୁରସ୍କାର ଓ ମାନ ପତ୍ର ପ୍ରଦାନ କରିଛନ୍ତି । ଏହି ପ୍ରତିଯୋଗୀତାରେ ଜିଲ୍ଲାର ବିଭିନ୍ନ ଅଚଂଳରୁ ମୋଟ ୧୦୦ଜଣ ମହିଳା ଓ ଯୁବତୀ ମାନେ ଭାଗନେଇଥିଲେ । ମହିଳା ମାନେ ସୁନ୍ଦର ଭାବେ ପିଠଉ ରେ ଝୋଟି ଚିତା ,ରଙ୍ଗୋଲିରେ ମରୁଜ ରେ ଚିତ୍ର ଅଙ୍କନ କରିଥିବା ବେଳେ ଆଦିମ ବଣ୍ଡା ଜଡନଜାତିର ମହିଳା ଓ ଯୁବତୀ ମାନେ ସେମାନଙ୍କର ପାରମ୍ପାରିକ ପୁନ୍ଥିମାଳି ତିଆରି କରିବା ସହିତ ପାରମ୍ପାରିକ ବସ୍ତ୍ର ରିଙ୍ଗା ବୁଣିଥିଲେ । ଝୋଟି ଚିତ୍ରଅଙ୍କନ ପ୍ରତିଯୋଗୀତାରେ ପ୍ରଥମ,ଦ୍ୱିତୀୟ,ତୃତୀୟ ସ୍ଥାନ ଅଧିକାର କରିଥିବା ସୁନିତା ଚିଟିକି,ଆଭାରାଣୀ ବିଶ୍ୱାଳ,ସରୋଜିନୀ ଆଚାର୍ଯ୍ୟ,ପାବ ର୍ବତୀ ପୁଜାରୀ,ପାବ ର୍ତୀ ବୁରୁଦା ଙ୍କୁ ୧୦ହଜାର ଲେଖା ଟଙ୍କାର ଚେକ,ମାନପତ୍ର,ସିଲ୍ଡ ଓ ଉପଢୌକନ ଅତିଥି ମାନେ ପ୍ରଦାନ କରିଥିବା ବେଳେ ଅନ୍ୟ ୧୦ଜଣ ମହିଳାଙ୍କୁ ସ୍ୱାନ୍ତନା ମୂଳକ ପୁରସ୍କାର ଭାବେ ଏକ ହଜାର ଲେଖା ଟଙ୍କା ପ୍ରଦାନ କରାଯାଇଛି ,ଏହା ବ୍ୟତିତ ୧୦୦ଜଣ ପ୍ରତି ଯୋଗୀଙ୍କୁ ଆବଶ୍ୟକିୟ ଉପକରାମ ପାଇଁ ୨୦୦ ଲେଖା ଟଙ୍କା ପୁବ ର୍ରୁ ପ୍ରଦାନ କରାଯାଇଥିଲା । ଆଦିବାସୀ ଅଧ୍ୟୁଷିତ ବଣ ଜଙ୍ଗଲ ଘେରା ମାଲକାନଗରି ଜିଲ୍ଲା କେଉଁ ଗୁଣରେ କମ ନୁହଁ,ଏଟାରେ ପ୍ରାକୃତିକ ପରିବେଶ ସୁଇଜରଲ୍ୟାଣ୍ଡ ଓ କାଶ୍ମିର ଠାରୁ ଅଧିକ, ଏଠାକାର ଅଧିବାସୀ ମାନେ କଳା ସଂସ୍କୃତି କୁ ଏବେ ବି ବଚାଂଇ ରଖିଛନ୍ତି ବୋଲି ମୁଖ୍ୟଅତିଥି ପଦ୍ମଶ୍ରୀ ସୁଦର୍ଶନ ପଟନାୟକ ତାଙ୍କ ବ୍ୟକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ଦାସ,ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଜୋତ୍ସ୍ନାମୟୀ ଆଚାର୍ଯ୍ୟ,ଏପିଡି ଜିଆରଡିଏ ପବିତ୍ର ମୋହାନ ବାରା,ବାଲାଜୀ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଅଲଓଡିଶା ମାର୍ସଲ ଆର୍ଟ ଏକାଡେମୀର ମୁଖ୍ୟ ସମାଜସେବୀ ବିନାଶ କୁମାର ମିଶ୍ର ମଚଂପରିଚାଳନା କରିଥିବା ବେଳେ ଜିଲ୍ଲାସୁଚନା ଲୋକସଂପର୍କ ବିଭାଗର ହେରେକୃଷ୍ଣ କ୍ରିର୍ତନୀୟ,ରଜଂନ କୁମାର ମହାନ୍ତି,ଡିଆରଡିଏ ସଂସ୍ଥାର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।