Odiapua.com

ଝୁମ୍ପ ସନାତନ ସ୍ମୃତି ସସଂଦର ସଭା, ୧୩ ଜଣ ମେଧାବିଙ୍କୁ ଦିଆଗଲା ସମ୍ବର୍ଦ୍ଧନା

ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହାଟଡ଼ିହି ବ୍ଲକ କାନପୁର ଗ୍ରାମର ବିଶିଷ୍ଠ ସମାଜସେବୀ ତଥା ଶିକ୍ଷାବିତଙ୍କ ସ୍ମୃତିରେ ଆଜି ପଂଚାୟତ ଉଚ୍ଚ ବିଦ୍ୟାଳୟ ଶାସଙ୍ଗ ପରିସରରେ ଝୁମ୍ପ ସନାତନ ସ୍ମୃତି ପକ୍ଷରୁ ମେଧା ଛାତ୍ର ଛାତ୍ରୀଙ୍କୁ ପ୍ରତିଭା ସମ୍ବର୍ଦ୍ଧନା ଦିଆଯାଇଛି। ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହ ପିତାମାତାଙ୍କର ଭୂମକା ଉତମ ଛାତ୍ର ଗଠନରେ ସହାୟକ ହେବା ସହ ଜ୍ଞାନ ସାଙ୍ଗକୁ ବୋଧ ରହିଲେ ଶିକ୍ଷଣ ସ୍ଥାୟୀ ହୋଇଥାଏ। ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରିବା ଦ୍ୱାରା ସେମାନଙ୍କ ଭବିଷ୍ୟତ ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ ବୋଲି ଆଜି ପଂଚାୟତ ଉଚ୍ଚ ବିଦ୍ୟାଳୟ ଶାସଙ୍ଗ ସ୍କୁଲ ପରିସରରେ ଆୟୋଜିତ ଝୁମ୍ପ ସନାତନ ସ୍ମୃତି ସମ୍ମାନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନନ୍ଦପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ନାୟକ ମତବ୍ୟକ୍ତ କରିଥିଲେ। ପ୍ରାକ୍ତନ ଏ.ବି.ଇ.ଓ ଚତୁର୍ଭୁଜ ପହିଙ୍କ ସଭାପତିତ୍ୱରେ ମୁଖ୍ୟବକ୍ତା ପ୍ରାକ୍ତନ ବି.ଇ.ଓ ତପୋଧନ ସ୍ୱାଇଁ ତାଙ୍କ ବକ୍ତବ୍ୟରେ ଛାତ୍ର ଛାତ୍ରୀ ମାନଙ୍କୁ ଉଚ୍ଚ ଶିକ୍ଷା ଲାଭ ପାଇଁ ପୂର୍ଣ୍ଣ ସ୍ୱାଧିନତା ଦେଲେ ସେମାନେ ତାଙ୍କ ଲକ୍ଷ ପଥରେ ଯାଇ ସଫଳତାର ଶୀର୍ଷରେ ପଂହଚି ପାରିବେ ବୋଲି କହିଥିଲେ। ସମ୍ମାନିତ ଅତିଥି ଜାତୀୟ ପୁରସ୍କୃତ ଶିକ୍ଷକ ଅଲେଖ ଚନ୍ଦ୍ର ନାୟକ, ଶିକ୍ଷାବିତ କୃଷ୍ଣଚନ୍ଦ୍ର ରାଉତ,ମୋହନ କୁମାର ମହାନ୍ତି, ଶିକ୍ଷାବିତ ତଥା ସୁସାହିତ୍ୟିକ ଜଗନ୍ନାଥ ପାତ୍ର, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ୱେତପଦ୍ମା ପାତ୍ର, ଡ଼ା. ରବିନ୍ଦ୍ର କୁମାର ଜେନା, ସ୍ତମ୍ଭକାର ସୁବୋଧ କୁମାର ସାହୁ ପ୍ରମୁଖ ପିତା ମାତାଙ୍କ ସ୍ମୃତିରେ ପ୍ରତିବର୍ଷ ଝୁମ୍ପ ସନାତନ ସ୍ମୃତି ସମ୍ମାନ ଛାତ୍ର ଛାତ୍ରୀଙ୍କ ପାଇଁ ପ୍ରେରଣା ଦାୟୀ ହେବ ବୋଲି କହିଥିଲେ। ଏହି ଅବସରରେ ହାଟଡ଼ିହି ବ୍ଲକର ଦଶମ ଶ୍ରେଣୀ ପରିକ୍ଷାରେ ଶତକଡ଼ା ୯୦ ଭାଗରୁ ଉର୍ଦ୍ଧ୍ୱ ନମ୍ବର ରଖିଥିବା ୧୦ ଜଣ ଛାତ୍ର ଛାତ୍ରୀ ଯଥା- ମୋନାଲିସା ପଣ୍ଡା, ସୁୁଶ୍ରୀ ସଙ୍ଗୀତା ବଳ, ଶୁଭଲକ୍ଷ୍ମୀ ଜେନା,ଗଣେଶ ପରିଡ଼ା,ସାଇଜ୍ୟୋତି ସ୍ୱାଇଁ, ଲାବଣ୍ୟବତୀ ମହାପାତ୍ର, ପ୍ରତିପ୍ରଜ୍ଞା ପଣ୍ଡିତ,ପ୍ରତିକ୍ଷା ଦେଓ, ପ୍ରତିପଜ୍ଞ ବିଶ୍ୱାଳ,ନିଳମାଧବ ସା ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପଳାସଗଢିଆ ବନ୍ତ ଦ୍ୱାଦଶ ଶ୍ରେଣୀର ଅରୋଶ୍ରୀତ୍ ପାତ୍ର, ସ୍ମୃତିରେଖା ନାୟକ, ହରେକୃଷ୍ଣ ସ୍ୱାଇଁ କୃତି ଛାତ୍ର ଛାତ୍ରୀଙ୍କୁ ପ୍ରସଂଶାପତ୍ର , ଉତରୀୟ ଓ ଅର୍ଥରାଶି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରାରମ୍ଭରେ ନାରାୟଣ ଚନ୍ଦ୍ର ସାହୁ ମଂଚ ଆହ୍ୱାନ, ଜଗନ୍ନାଥ ପାତ୍ର ଉଦେଶ୍ୟ ଜ୍ଞାପନ, ଅନନ୍ତ ଚରଣ ମୁଦୁଲି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସମାଜସେବୀ ସନ୍ତୋଷ କୁମାର ପାତ୍ର, ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ସିଂହ, ମହେନ୍ଦ୍ର କୁମାର ଜେନା, ଶିଶିର କୁମାର ବିଶ୍ୱାଳ,ମୂରଲୀ ଧର ବେହେରା, ବିଦ୍ୟୁତ ପ୍ରଭା ଦେଓ, ହେମନ୍ତ କୁମାର ନାୟକ, ଚିନ୍ତାମଣି ଦାସ, ଶିବ ନାରାୟଣ ବିଶ୍ୱାଳ, ପ୍ରଦିପ କୁମାର ରାଉତ ପ୍ରମୁଖ ପରିଚାଳନା କରିଥିଲେ।