Odiapua.com

ଝିଅ ଘରକୁ ଆସି ମାଡ ଖାଇଲା ବାପା

ଯାଜପୁର୯ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପାଣିକୋଇଲି ଥାନା ଅନ୍ତର୍ଗତ ମୂଳାପାଳ ପଂଚାୟତର ଧନତ୍ରୀ ଗ୍ରାମର ମୁକ୍ତିକାନ୍ତ ସାହୁ ତାଙ୍କ ଝିଅ ଘର କରଦା ଗ୍ରାମକୁ ଏକ ବାଇକ ଯୋଗେ ଆସିଥିଲେ । କରଦା ଗ୍ରାମର ପପୁ ନାମକ ଏକ ଯୁବକ ତାଙ୍କ ବାଇକଟିକୁ ଅଟକାଇ ତାଙ୍କୁ ଗାଳିଗୁଲଜ କରିଥିଲା । ମୁକ୍ତିକାନ୍ତ ଏହାର ପ୍ରତିବାଦ କରିବାରୁ ପପୁ ଏକ ବାଡି ଆଣି ମୁକ୍ତିକାନ୍ତଙ୍କୁ ପିଟିଥିଲା ।

 

ଫଳରେ ତାର ହାତ ଭାଙ୍ଗିଯିବା ସହ ସେ ଆହତ ହୋଇପଡିଥିଲେ । ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ସେ ଥାନାରେ ଅଭିଯୋଗ କରାଯାଇଛି । ଏନେଇ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଛି ।