Odiapua.com

ଝିଅ ଉପରେ କିରାସିନି ଢାଳି ନିଆଁ ଲଗେଇଦେଲା ବାପା – ଝିଅ ଗୁରୁତର

ବଲାଙ୍ଗୀର, ୨୩-୧୧(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ଡେବରିପାଲି ଗାଁରେଦେଖିବାକୁ ମିଳିଛି ଅମାନବୀୟ କାଣ୍ଡ। ଜଣେ ନାବାଳିକା ଝିଅକୁ କିରୋସିନ ଢାଳି ପୋଡି ଦେଇ ହତ୍ୟା ଉଦ୍ୟମ କରାଯାଇ ଥିବା ଜଣାଯାଇଛି। ସୂଚନା ଅନୁଯାଇ, ସୂର୍ୟ୍ୟକାନ୍ତୀ ନାଗ ନାମ୍ନୀ ୨୦ ବର୍ଷୀୟ ଯୁବତୀ ଗତ ରବିବାର ରାତିରେ ଶୋଇଥିବା ବେଳେ ଦେହରେ କିରୋସିନ ଢାଳି ତାଙ୍କ ନିଜ ବାପା ଅରକ୍ଷିତ ନାଗ ନିଆଁ ଲଗାଇ ଦେଇ ତାଙ୍କ ହତ୍ୟା ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି। ସୁର୍ଯ୍ୟକାନ୍ତି ବର୍ତ୍ତମାନ ଗୁରୁତର ଅବସ୍ଥାରେ ପ୍ରଥମେ ବେଲପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ସେଠୁ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାରେ କୁ ସ୍ଥାନାନ୍ତରିତ କରାଯାଇଥିଲା। ତାଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ସ୍ଥିତ କୁ ଡାକ୍ତରଖାନାରେ ଭର୍ତି କରାଯାଇଛି। ଝିଅର ବାପା ଅରକ୍ଷିତ ନାଗ ହିଁ ଏଭଳି କାଣ୍ଡ ଘଟାଇଥିବା ନେଇ ସୁର୍ଯ୍ୟକାନ୍ତି ଙ୍କ ମାଆ ଓ ମାମୁଁମାନେ ଅଭିଯୋଗ କରିଛନ୍ତି। ଅରକ୍ଷିତ ଦୁଇଟି ସ୍ତ୍ରୀ ବାହା ହୋଇଥିବା ବେଳେ ସୁର୍ଯ୍ୟକାନ୍ତି ହେଉଛନ୍ତି ପ୍ରଥମ ସ୍ତ୍ରୀର ଝିଅ। ଝିଅ ଛୋଟ ସମୟରୁ ମାମୁଁ ଘରେ ରହୁଥିବା ବେଳେ ଗତ ୧୫ ଦିନ ତଳେ ଗାଁରେ ବୈଠକ ପରେ ବାପା ପାଖକୁ ଆସିଥିଲା ସୁର୍ଯ୍ୟକାନ୍ତି। କିନ୍ତୁ ବାପା ଘରେ ଝିଅ କୁ ରଖିବାକୁ ଚାହୁଁନଥିଲା। ତେଣୁ ତାର ବାପା ହିଁ ନିଜ ଝିଅ କୁ ହତ୍ୟା ଉଦ୍ୟମ କରିଥିବା ମାମୁଁ ଘର ଲୋକେ ଅଭିଯୋଗ କରିଛନ୍ତି। ସେପଟେ ସୁର୍ଯ୍ୟକାନ୍ତି ଙ୍କ ଅବସ୍ଥା ଗୁରୁତର ରହିଥିବା ଚିକିତ୍ସା କରୁଥିବା ଡାକ୍ତର ଙ୍କ ନିକଟରୁ ସୂଚନା ମିଳିଛି।