Odiapua.com

ଝିଅର ଅଶ୍ଳୀଳ ଭିଡିଓ ଦେଖି ମା’ କଲା ଆତ୍ମହତ୍ୟା

ଯାଜପୁର୨୬ା୮(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ନିଜ ନାବାଳିକା ଝିଅର ଲଗ୍ନ ଫଟୋ ମେବାଇଲ୍ ଫୋନରେ ଭାଇରାଲହେବା ଦେଖି ମା’ କ୍ରେଧାର୍ଣ୍ଣିତ ହୋଇ ଆତ୍ମହତ୍ୟା କରିଥିବା ଯାଜପୁର ଟାଉନ ଥାନା ସୂତ୍ରରୁ ସୂଚନା ମିଳିଛି। ଘଟଣାରୁ ପ୍ରକାଶ ଯାଜପୁର ଟାଉନ ଥାନା ବିଚିତ୍ରପୁର ପଞ୍ଚାୟତର ଜଣେ ନାବାଳିକା ଓ ବାଲେଶ୍ୱର କଳେଜରେରେ ପାଠପଢୁଥିବା ଜଣେ କଲେଜ ଛାତ୍ରଙ୍କ ସହ ଫେସବୁକରୁ ପ୍ରେମ ଆରମ୍ଭ ହୋଇଥିଲା। ପରେ କୈାଣସି କାରଣରୁ ଦୁହିଙ୍କ ସମ୍ପର୍କରେ ଫାଟ ସୃଷ୍ଟିହୋଇଥିଲା। ଏହାର ସୁଯୋଗରେ ଛାତ୍ର ଜଣକ ତାର ସହଯୋଗରେ ନାବାଳିକାର ଅଶ୍ଳୀଳ ଭିଡିଓ ଓ ଫଟୋକୁ ଫେସବୁକ୍‌ରେ ଭାଇରାଲ କରିଥିଲେ। ଝିଅର ଅଶ୍ଳୀଳ ଫଟୋ ମୋବାଇଲେ ଘୁରି ବୁଲିବା ମା’ଜାଣି ନିଜ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ ଠାରୁ ସୂଚନା ମିଳିଛି। ମାର ମୃତ୍ୟୁପରେ ପୁଲିସ ଶବ ବ୍ୟବଚ୍ଛେଦ କରି ଥାନା କେସ ନମ୍ବର ୩୧୧/୨୦ରେ ପୁଲିସ ମାମଲା ରୁଜୁ କରି ବାଲେଶ୍ୱରରୁ ମୁଖ୍ୟ ଅଭିଯୁକ୍ତ ଛାତ୍ର ସୁଭଙ୍କର ଦଳାଇ ଓ ସହଯୋଗୀ ଜୟଦେବ ଦଳାଇଙ୍କୁ ବାଲେଶ୍ୱରରୁ ଗିରଫ କରିବା ସହ ସେମାନେ ବ୍ୟବହାର କରିଥିବା ମୋବାଇଲଗୁଡିକୁ ଜବତ କରିଥିବା ଥାନା କେସ ଦାଇତ୍ୱରେ ଥିବା ଏସଆଇ ମାନସ ରଞ୍ଜନ ଚକ୍ର ସୂଚନା ଦେଇଚନ୍ତି।