Odiapua.com

ଝିଅକୁ ବିବାହିତ ଦେଖି ପାରିଲେନି ଶ୍ରୀଦେବୀ

ଭୁବନେଶ୍ୱର;୨୫,୦୨,୨୦୧୮(ଓଡ଼ିଆ ପୁଅ/ ଦେବଦତ୍ତ ରଥ): ବଡ଼ ଝିଅ ଜାହ୍ନବୀକୁ ବୋହୂ ବେଶରେ ଦେଖିବାକୁ ଚାହୁଁଥିଲେ ଶ୍ରୀଦେବୀ।ମା’ଙ୍କ ପରି ଜାହ୍ନବୀଙ୍କର ଫିଲ୍ମ ଲାଇନ ପ୍ରତି ପିଲାବେଳୁ ପ୍ରବଳ ଦୁର୍ବଳତା ଥିଲା।କିନ୍ତୁ ଶ୍ରୀଦେବୀ ଏହା ଚାହୁଁ ନଥିଲେ।ସେ ନିଜ ଝିଅ ଡାକ୍ତର ହେବାକୁ ଚାହୁଁଥିଲେ ଏବଂ ବାହା ହୋଇ ଘର ସଂସାର କରୁ ବୋଲି ଶ୍ରୀଦେବୀ ଚାହୁଁଥିଲେ।କିନ୍ତୁ ପରେ ଜାହ୍ନବୀଙ୍କର ଅଭିନୟ ପ୍ରତି ପ୍ରବଳ ରୁଚି ଦେଖି ଝିଅ ଖୁସିରେ ଖୁସି ହୋଇ ଶେଷରେ ରାଜି ହୋଇଥିଲେ।ଥରେ ଶ୍ରୀଦେବୀଙ୍କ ବାରଣ ସତ୍ୱେ ଜାହ୍ନବୀ ଏକ ଫିଲ୍ମ ପାଇଁ ହଁ’ କରି ଦେଇଥିଲେ।ଏଥିରେ ଶ୍ରୀଦେବୀ ଅସନ୍ତୋଷ ପ୍ରକାଶ କରିବାରେ ଜାହ୍ନବୀ ମା’ଙ୍କୁ ମଜାରେ କହିଥିଲେ, ଠିକ୍ ଅଛି ଯେମିତି ହେଲେ ଗୋଟେ ଫିଲ୍ମରେ ଡାକ୍ତର ରୋଲ କରିଦେବେ।K