Odiapua.com

ଝାରସୁଗୁଡା: ଶ୍ୟାମ ସୁନ୍ଦର ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ

‘’ସର୍ବଶାସ୍ତ୍ରମୟୀ ଗୀତାର ବହୁଳ ପ୍ରଚାର, ପ୍ରସାର ପାଇଁ ଶ୍ୟାମ ସୁନ୍ଦର ସାହିତ୍ୟ ସଂସଦର ସୃଷ୍ଟି’’
କୋଲାବିରା ୧୭।୧ (ଓଡିଆ ପୁଅ/ନିଶିତ କୁମାର ବହିଦାର) ଝାରସୁଗୁଡା ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଶ୍ୟାମସୁନ୍ଦର ସାହିତ୍ୟ ସଂସଦର ପ୍ରଥମ ବାର୍ଷିକ ଉତ୍ସବ ଓ କବି ସମ୍ମିଳନ ପଣ୍ଡତ ତ୍ରୈଲୋକ୍ୟନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଝାରସୁଗୁଡା ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ କୂଳପତି ଡା.ଧୃବରାଜ ନାଏକ ଯୋଗଦେଇ ଉଦ୍ଘାଟନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବରେ ଝାରସୁଗୁଡା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ତ୍ରୀଲୋଚନ ମାଝୀ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଜିଲ୍ଲା ଶିକ୍ଷା ଅଧିକାରୀ ସମ୍ବଲପୁରର ଗିରିଧାରୀ ହୋତା, ପ୍ରାକ୍ତନ ଅତିରିକ୍ତ ଗୃହସଚିବ ମେଘନାଦ ନାଏକ, ପ୍ରାକ୍ତନ ସଦସ୍ୟ ସାହିତ୍ୟ ଏକାଡେମୀର ଜୟ ନାରାୟଣ ତ୍ରିପାଠୀ, ପ୍ରାକ୍ତନ ଗୋଷ୍ଠିଶିକ୍ଷା ଅଧିକାରୀ ସୁଶିଲ କୁମାର ବାଗ୍, ସୁବାସ ଚନ୍ଦ୍ର ନାଏକ ପ୍ରମୁଖ ସମ୍ମାନିତ ଅତିଥି ରୁପେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ କହିଥିଲେ, ସ୍ରଷ୍ଟାର ସର୍ଜନାକୁ ବୁଝିବାକୁ ହେଲେ ବସ୍ତୁ ଜଗତର ଉଧ୍ୱର୍କୁ ଯିବାକୁ ହେବ। ଏଣୁ ବାସ୍ତବବାଦୀ ରଚନା ଓ ପାଠକୀୟ ଗ୍ରହଣୀୟତା ଉପରେ ଅଧିକ ଦୃଷ୍ଟି ଦିଆଗଲେ ଏହା ଉଚ୍ଚକୋଟୀର ହୋଇପରିବ ବୋଳି କହିଥିଲେ। ମୁଖ୍ୟବକ୍ତା ଶ୍ରୀହୋତା କହିଥିଲେ, କବିର ଚିନ୍ତା ଓ ଚେତନା ମଧ୍ୟରେ ଋତୁର ସୈାନ୍ଦର୍ଯ୍ୟ ଓ ତାହାର ପ୍ରଭାବ କବିତା ଲେଖିବା ପାଇଁ କରିଥାଏ। ସାହିତ୍ୟ ସାଧନା ପାଇଁ ଦାରିଦ୍ରତା କେବେ ପ୍ରତିବନ୍ଧକ ସାଜେନା। ଏହା ନିକଟରେ ପ୍ରତିବନ୍ଧକ ସର୍ବଦା ପରାଜୟ ବରଣ କରେ, ଭାଷାର ସୁଦ୍ଧତା ପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ ବୋଲି ଅନ୍ୟାନ୍ୟ ସମ୍ମାନିତ ଅତିଥିଗଣ ମତପୋଷଣ କରିଥିଲେ। ସଭାପତି ପଣ୍ଡତ ତୈ୍ରଲୋକ୍ୟନାଥ ମହାପାତ୍ର ନିଜ ବକ୍ତବ୍ୟରେ ସର୍ବଶାସ୍ତ୍ରମୟୀ ଗୀତାର ବହୁଳ ପ୍ରଚାର, ପ୍ରସାର ପାଇଁ ଶ୍ୟାମ ସୁନ୍ଦର ସାହିତ୍ୟ ସଂସଦର ସୃଷ୍ଟି ବୋଲି ଅବିହିତ କରିଥରଲେ। ଗୀତା ପାଠ ଦ୍ୱାରା ସମାଜର ଅଶେଷ କଲ୍ୟାଣ ସାଧନ ହେବା ସଙ୍ଗେ ସଙ୍ଗେ ସୁଧାର ଆସେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଏହିଅବସରରେ ସଂସଦର ଆଧ୍ୟାତ୍ମିକ ବାର୍ଷିକ ପତ୍ରିକା ‘’ଗୀତାମୃତ’’ପ୍ରଥମ ସଂସ୍କରଣର ଶୁଭ ଉନ୍ମୋଚନ କରାଯାଇଥିଲା। କବୟିତ୍ରି ଭାଗବତୀ ଜୟପୁରିଆଙ୍କ କୁସୁମାଞ୍ଜଳି ନାମକ କବିତା ସଂକଳନ ପୁସ୍ତକ ମଧ୍ୟ ଅତିଥିଙ୍କ କରକମଳରେ ଲୋକାର୍ପିତ ହୋଇଥିଲା। ଅଂଚଳର ବିଭିନ୍ନ ସାହିତ୍ୟ ସଂସଦ ସହିତ ଜଡିତ ସମ୍ପାଦକଙ୍କ ମଧ୍ୟରୁ ସମଲେଶ୍ୱରୀ ସାହିତ୍ୟ ସଂସଦ କୋଲାବିରାର ସମ୍ପାଦକ କୀର୍ତିଚନ୍ଦ୍ର ବହିଦାର, ସ୍ୱର ଝଙ୍କାର ସାହିତ୍ୟ ସଂସଦ ରଘୁନାଥପାଲିର ସମ୍ପାଦକ ପିଙ୍କୁ ଦାସ୍, ପଶ୍ଚିମା ସାହିତ୍ୟ ସାସଦ କୁଚିଣ୍ଡାର ସମ୍ପାଦକ ସୁଭାସ ଚନ୍ଦ୍ର ନାଏକ, ପତିତପାବନ ସାହିତ୍ୟ ସଂସଦ ଦେବଗଡର ସମ୍ପାଦକ ଟୀକେଶ୍ୱର ସାହୁ, ଝାରଣାସାହିତ୍ୟ ସଂସଦ ଝାରସୁଗୁଡାର ସମ୍ମାଦକ ନିକଂଜବିହାରୀ ମିଶ୍ର, ଓମ ମାଁ ସାରଲା ସାହିତ୍ୟ ସଂସଦ ତିଲିଆର ସମ୍ପାଦକ ସୁଜନ ଗୈାଡଏବଂ ବରଗଡର ତରଣୀସେନ ମେହେରଙ୍କୁ ସଂସଦ ପକ୍ଷରୁ ଗୀତାମୃତ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ଦ୍ୱିତୀୟ ଅଧିବେସନରେ ପ୍ରାଖ୍ତନ ଅଧ୍ୟକ୍ଷ ଲଲିତ ମୋହନ ଦାସ ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ସାହିତ୍ୟ ଏକାଡେମୀ ସଦସ୍ୟା ମନ୍ଦାକିନି ଶତପଥି, ବସନ୍ତ ନାଥ, କୀର୍ତିଚନ୍ଦ୍ର ବହିଦାର, ପ୍ରାକ୍ତନ ସଦସ୍ୟ ସାହିତ୍ୟ ଏକାଡେମୀର ପ୍ରଫୁଲ୍ଲ କୁମାର ମହାପାତ୍ର ପ୍ରମୁଖ ମଂଚାସୀନ ହୋଇଥିଲେ। ସୁଶୀଲ କୁମାର ବାଗ, ଅଶ୍ୱନୀ କୁମରା ଏବଂ ସୁଶାନ୍ତ ଦାସ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଶ୍ରୀଯୂକ୍ତ ବସନ୍ତ ଦାସ୍ ଶେଷସ୍ପର୍ଶ ଦେଇଥିଲେ। ସମାସିଂହା ଧରଣୀଧି ସଙ୍ଗୀତ ପରିଷଦର କଳାକାର ମାନେ ବାଦ୍ୟ ଯନ୍ତ୍ରରେ ସହେଯାଗିତା କରିଥିବା ବେଳେ ଜୟପ୍ରକାଶ କୁଅଁର, ଚିଦାନନ୍ଦ ସାହୁ, ତୁଲସୀ ଦାସ୍, କୋଷଧ୍ୟକ୍ଷ ସୁରେଶ ସୋହେଲା, ବସନ୍ତ ପଣ୍ଡା, ଚୋରାମୋହନ ନାଏକ, ଭୋଜରାଜ ପରୁଆ, ଚୁଡାମଣୀ ସାହୁ, ବିଲାସିନି ଦଣ୍ଡପାଟ, କେଶବ ଚନ୍ଦ୍ର ନାଏକ.ବିରଂଚି ନାରାୟଣ ଜେନା, ପ୍ରମୋଦ ସିଂହ, ଅନିରୁଦ୍ଧ ଜୟପୁରିଆ, କୁଳମଣୀ ସାହୁ ପ୍ରମୁଖଙ୍କ ସମେତ ସଂସଦର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରୀୟ ସହଯୋଗ କରିଥିଲେ। ଦିବସ ବ୍ୟାପି କାର୍ଯ୍ୟକ୍ରମ ଆରମ୍ଭରେ ଗୀତାଯଜ୍ଞ ସାଙ୍ଗକୁ କୁନିକୁନି ପିଳାଙ୍କ ଦ୍ୱାରା ବିଭିନ୍ନ କିସମର ସାଂସ୍କୃତିକ ମନୋରଂଜନଧର୍ମି କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା। ରାଜ୍ୟସ୍ତରୀୟ ଏହି କବି ସମ୍ମିଳନ ରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅଂଶଗ୍ରହଣ କରିଥିବା ପାଖାପାଖି ୭୦ଜଣ କବି-କବୟିତ୍ରୀ ସ୍ୱରଚିତ କବିତା ଆବୃତି କରି ଗୀତାମୃତ ୨୦୧୯ ସ୍ୱିକୃତି ପତ୍ର ପ୍ରାପ୍ତ କରିଥଲେ।