Odiapua.com

ଝାରସୁଗୁଡ଼ାରେ ୪ ଅପରାଧୀଙ୍କୁ ଏନକାଉଣ୍ଟର

ଭୁବନେଶ୍ୱର: ଝାରସୁଗୁଡ଼ାର ବ୍ରଜରାଜନଗରରେ ପୋଲିସ ଏନକାଉଣ୍ଟରରେ ୪ ଜଣ ଦୁର୍ବୁତ୍ତ ଆହତ ହୋଇଛନ୍ତି।ଆହତ ମାନଙ୍କୁ ଚିକିତ୍ସା ପାଇଁ ବ୍ରଜରାଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଏମାନେ ହେଲେ ଅନ୍ତନ ଧଳ, ରସିକ ଅହମ୍ମଦ, ନିକି ସିଂହ ଏବଂ ଶୈଳେନ୍ଦ୍ର ପାତ୍ର।ମଣ୍ଟୁ ଘୋଷ ହତ୍ୟାକାଣ୍ଡରେ ଏମାନେ ଜଡ଼ିତ ଥିବା ସହ ଆହୁରି ଅନେକ ଅପରାଧିକ ଘଟଣାରେ ଏମାନଙ୍କ ସଂପୃକ୍ତି ରହିଛି।ବ୍ରଜରାଜନଗରର ମଧୁପୁର ନିକଟରେ ଏହି ଏନକାଉଣ୍ଟର ହୋଇଛି।ଦୁର୍ବୁତ୍ତ ମାନଙ୍କ ପାଲଟା ଆକ୍ରମଣରେ ଜଣେ ଏଏସଆଇ ମଧ୍ୟ ଆହତ ହୋଇଛନ୍ତି।ଅପରାଧୀ ମାନଙ୍କ ଠାରୁ ଦୁଇଟି ବନ୍ଧୁକ ଜବତ ହୋଇଛି।-ଦେବଦତ୍ତ ରଥ