Odiapua.com

ଝାରଖଣ୍ଡରେ ଓଡ଼ିଆ ଭାଷା ଉଚ୍ଛେଦ ହେବ ନାହିଁ : କଂଗ୍ରେସ

ଭୁବନେଶ୍ୱର ୧.୧୦ (ଓଡ଼ିଆ ପୁଅ) – ଝାଡ଼ଖଣ୍ଡରେ ଓଡ଼ିଆ ଭାଷା ଉଚ୍ଛେଦକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଅତି ଗମ୍ଭୀରତାର ସହ ନେଇଛନ୍ତି। ଆଜି ଓଡ଼ିଶା ଗସ୍ତରେ ଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁବୋଧ କାନ୍ତ ସାହାୟଙ୍କ ସହ ଓଡ଼ିଆ ଭାଷା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ସେ କହିଛନ୍ତି ଶଢ଼େଇକଳା ଓ ଖରସୁଆଁ ଝାରଖଣ୍ଡ ରାଜ୍ୟରେ ଅବସ୍ଥିତ ଥିଲେ ମଧ୍ୟ ସେଠାକାର ଅଧିବାସୀ ଅଧିକାଂଶ ଓଡ଼ିଆ। ତେଣୁ ଓଡ଼ିଆ ଭାଷାକୁ ଝାଡଖଣ୍ଡରେ ରଖାଯାଉ। ଶ୍ରୀ ପଟ୍ଟନାୟକ ଫୋନରେ ଏହି ଓଡ଼ିଆ ଭାଷାକୁ ନେଇ ଝାଡ଼ଖଣ୍ଡର ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା ମାଧ୍ୟମରେ ମନ୍ତ୍ରୀ କହିଛନ୍ତି ଯେ ଝାଡ଼ଖଣ୍ଡରେ ଅନ୍ୟଭାଷାର ଉଚ୍ଛେଦ ନେଇ ଆଲୋଚନା ହେଇଛି ସତ କିନ୍ତୁ ଓଡ଼ିଆ ଭାଷା ଉଚ୍ଛେଦ ହେବନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଶ୍ରୀଯୁକ୍ତ ଦୀପକ କୁମାର ମହାପାତ୍ର ଏକ ପ୍ରେସବିଜ୍ଞପ୍ତିରେ ଜଣାଇଛନ୍ତି।