Odiapua.com

ଝାଉଁବଣରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ହତ୍ୟା କି ଆତ୍ମହତ୍ୟାକୁ ନେଇ ସନ୍ଦେହରେ ଗ୍ରାମବାସୀ

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ୍ କୁମାରପୁର କାନ୍ଥିପୁର ଆଡିଆ ଝାଉଁ ଜଂଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ସେହି ଗାଁଣ ବେଣୁଧର ମାଝୀଙ୍କ ପୁଅ କୈଳାଶ ମାଝୀ। ଆଜି କିଛି ଲୋକ ସ୍ଥାନୀୟ ଜଂଗଲ ନିକଟକୁ ଶୌଚ ହେବାକୁ ଯାଇଥିବାବେଳେ ମୃତଦେହକୁ ଦେଖି ପୁଲିସ୍ ଓ ପରିବାରକୁ ଖବର ଦେଇଥିଲେ। ମୃତଦେହ ଦେଖିବାକୁ ବହୁ ଲୋକ ରୁଣ୍ଡ ହେଇଥିଲେ। ଖବର ଅନୁଯାୟୀ, କୈଳାଶ ବାଙ୍ଗାଲୁରରେ ରହି କାର୍ଯ୍ୟ କରୁଥିଲେ। ହେଲେ କରୋନା ପାଇଁ ସେ ଲକଡାଉନ୍ ପୂର୍ବରୁ ସେ ଘରକୁ ଫେରିଥିଲେ। ଅନ୍ୟପକ୍ଷରେ ଜମିଜମାକୁ ନେଇ ପାରିବାରିକ ଗଣ୍ଡଗୋଳ ଘଟିଥିଲା ବୋଲି ସୂଚନା ମିଳିଛି। ତେବେ ଆଜି ଝାଉଁ ଜଂଗଲରୁ କୈଳାଶର ମୃତଦେହ ଉଦ୍ଧାର ହେବା ପରେ ଏହା ଆତ୍ମହତ୍ୟା କି ହତ୍ୟାକାଣ୍ଡ ତାହା ସ୍ପଷ୍ଟ ହୋଇନାହିଁ। ଏନେଇ ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ôଚ ତଦନ୍ତ ଆରମ୍ଭ କରିଛି। ହେଲେ ଏହି ଘଟଣା ବାବଦରେ ପୁଲିସ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।