Odiapua.com

ଝରକା ଗ୍ରିଲ ଭାଙ୍ଗି ଅଳଙ୍କାର ଓ ଟଙ୍କା ଚୋରି ଅଭିଯୋଗ

ଭଦ୍ରକ, ୨୧ା୨ -ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ପୀରହାଟ ଥାନା ଅଧୀନ ବାମନବିନ୍ଧା ଗ୍ରାମର ଗଙ୍ଗାଧର ସେଠୀଙ୍କ ଘରୁ ଶୁକ୍ରବାର ବିଳମ୍ବିତ ରାତିରେ ଅଳଙ୍କାର, ଟଙ୍କା ଓ ଅନ୍ୟ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଶନିବାର ସକାଳେ ଗଙ୍ଗାଧର ଥାନାରେ ଏନେଇ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି । ଅଭିଯୋଗରୁ ଜଣାପଡିଛି ଯେ,ଗଙ୍ଗାଧର ଓ ତାଙ୍କ ସ୍ତ୍ରୀ ରାତିରେ ଶୋଇବା ପରେ କେତେକ ଦୁର୍ବୁର୍ତ ତାଙ୍କ ଘର ଝର୍କାର ଗ୍ରିଲ ଭାଙ୍ଗି ଭିତରକୁ ପଶିଥିଲେ। ସେମାନେ ଏକ ଲଗେଜରେ ଥିବା ସୁନା, ରୂପା ଅଳଙ୍କାର ଓ ନଗଦ ୧୦ହଜାର ଟଙ୍କା ଚୋରି କରି ନେଇଥିଲେ । ଯାହାର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି । ଗଙ୍ଗାଧର ସକାଳେ ଚୋରି ସମ୍ପର୍କରେ ଜାଣିବାକୁ ପାଇଥିଲେ । ବିଲରେ ଲୁଗାପଟା, ଆଟାଚ ଓ ଅନ୍ୟ ସାମଗ୍ରୀ ପଡ଼ିଥିବା ମଧ୍ୟ ସେ ଦର୍ଶାଇଛନ୍ତି ।