Odiapua.com

ଝରକା ଗ୍ରିଲ୍ କାଟି ଲକ୍ଷାଧିକ ଟଙ୍କା ଚୋରୀ, ସନ୍ଧାନି କୁକୁର ଦ୍ୱାରା ଜଣେ ଅଟକ

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକର ଏବେ ଦିନକୁ ଦିନ ଚୋରୀ ବୃଦ୍ଧି ପାଉଛି । ବିଶେଷ କରି ଚୋରୀ ସୁନା କୁ ନେଇ ପଡୋଶୀ ଯାଜପୁର, କେନ୍ଦ୍ରାପଡ଼ା ପୋଲିସ୍ ଧାମନଗର ରେ ବିଭିନ୍ନ ସ୍ଥାନରେ ଡେରା ପକାଇ ଚୋରି ସୁନା ଜବତ କରିବା ସହ ଚୋର ଙ୍କ ସହିତ ସଂପର୍କ ରଖି ଥିବା ଅଭିଯୁକ୍ତକୁ ବି ପୋଲିସ ଗିରଫ କରିଥିବା ବେଳେ ଗୁରୁବାର ବିଳମ୍ୱିତ ରାତ୍ରୀ ରେ ଧାମନଗର ଅଂଚଳରେ ଏକ ବଡ ଧରଣର ଚୋରି ଦ୍ୱାରା ପ୍ରାୟ ଲକ୍ଷାଧିକ ଟଙ୍କା ର ସୁନା ଅଳଙ୍କାର ଚୋରି ହୋଇଥିବାର ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ ଧାମନଗର ଥାନା ଅନ୍ତର୍ଗତ ଦକ୍ଷିଣବାଡ ସ୍ଥିତ କାଳନ୍ଦୀ ଯେନାଙ୍କ ଘରର ଝରକା ଗ୍ରିଲ୍ କାଟି ଗୁରୁବାର ବିଳମ୍ୱିତ ରାତ୍ରୀରେ ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଚୋର ମାନେ ଚୋରୀ କରିଥିଲେ । ଆଜି ସକାଳେ ଘର ଲୋକ ଦେଖିବା ପରେ କାଳନ୍ଦୀ ଙ୍କ ପୁତ୍ର ରଞ୍ଜିତ ଯେନା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳ ରେ ପହଂଚି ତଦନ୍ତ କରିଥିଲେ । ଏ ନେଇ ଭଦ୍ରକ ଓ ବାଲେଶ୍ୱର ରୁ ସନ୍ଧାନି କୁକୁର ଓ ସାଇଂଟିଫିକ୍ ଟିମ ଘଟଣା ସ୍ଥଳ ରେ ପହଂଚି ଚୋର ରଖିଦେଇ ଯାଇଥିବା ସିଡି, ଶାବଳ ଓ ରୁମାଲ କୁ ଜବତକରି ତଦନ୍ତ କରି ସ୍ଥାନୀୟ ଅଂଚଳ ରୁ ଜଣକୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି। ତେବେ ଖୁବଶୀଘ୍ର ଚୋରମାନେ ଧରା ପଡ଼ିବେ ବୋଲି ଥାନାଅଧିକାରି ସୂଚନା ଦେଇଛନ୍ତି।