Odiapua.com

ଝଣଝଣା ଗ୍ରାମବାସୀଙ୍କ ପାଣିପାଇଁ ରାସ୍ତାରୋକ

ହାଟଡ଼ିହି-୨୬/୪, (ଓଡିଆ ପୁଅ / ବିକାଶ ବିଶ୍ୱାଳ) ଗାଁରେ ତିନି ତିନୋଟି ନଳକୂପ ଅଛି, ଦୁଇଟି କୁଅବି ଅଛି, ଗାଁକୁ ପାଇପ ଯୋଗେ ପାନୀୟଜଳ ଯୋଗାଣର ବ୍ୟବସ୍ଥା ମଧ୍ୟ ଅଛି, ହେଲେ ଦୀର୍ଘ ଦେଢ଼ ମାସଧରି ପାନୀୟ ଜଳରୁ ବଞ୍ଚିତ ହୋଇଛନ୍ତି ଗ୍ରାମବାସୀ। ଯେଉଁଥିପାଇଁ କି ଆଜି ସକାଳୁ ସକାଳୁ ଶହଶହ ମହିଳା ଗରା ମାଡିଆ ଧରି ରାସ୍ତା ଅବରୋଧ କରିଛନ୍ତି। ଏପରି ଘଟଣା ଦେଖିବାକୁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ୭ନଂ ୱାର୍ଡରେ। ଏହି ୱାର୍ଡରେ ସାତଶହରୁ ଉର୍ଦ୍ଧ ଲୋକ ବସବାସ କରୁଥିବାବେଳେ ଗାେଁରେ ତିନୋଟି ନଳକୂପ ଅଛି। କିନ୍ତୁ ପାଣି ବାହାରୁ ନାହିଁ। ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଏପରିକି ଗତ କିଛିମାସ ହେଲା ବର୍ଷ ନହେବାରୁ ଜଳସ୍ତର ହ୍ରାସ ପାଇଥିବାରୁ ତିନୋଟି ଯାକ ନଳକୂପ ଅଚଳ ହୋଇ ପଡିଛି। ଗାଁରେ ଦୁଇଟି କୂଅ ଥିଲେବି ପାଣି ଦୁଷିତ ହୋଇଯାଇଥିବାରୁ ତାହା ବ୍ୟବହାର ଉପଯୋଗୀ ହୋଇ ପାରୁନି। ଗାଁକୁ ପାଇପ ଯୋଗେ ପାନୀୟଜଳ ଯୋଗାଣର ବ୍ୟବସ୍ଥା ôତଲେବି ଦେଢ଼ ମାସ ହେବ ପାଇପରେ ପାଣି ଆସୁନି। ତେଣୁ ଗାଁ ଲୋକେ ପିଇବା ପାଣି ଟୋପେ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ସେମାନେ ଗତ ମାସେ ହେବ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ସବୁଠି ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିଲାନି। ଏହାକୁନେଇ ଗ୍ରାମବାସୀଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖା ଦେବାସହ ଆଜି ରବିନ୍ଦ୍ର ବିରୁଆ, ସୁକାନ୍ତୀ ନାଏକ, ଚଗୁଲୁ ଦେହୁରୀ, ସପନି ଜାମୁଦା, ବେଲ ହେମ୍ରମ, ସୁମିତ୍ରା ହୋ, ସୀତା ମୁଣ୍ଡାଙ୍କ ସମେତ ଶହଶହ ମହିଳା ଗରା, ମାଡିଆ ଓ ହାଣ୍ଡି, ଡେକଚି ଧରି ସକାଳ ୬ଟା ଠାରୁ ଛେନାପଦି ହଦଗଡ ରାସ୍ତାର ଢ଼େଙ୍କା ଛକ ନିକଟରେ ରାସ୍ତା ଅବରୋଧ କରି ବସିଯାଇଥିଲେ। ଫଳରେ ବଉଳା, ଆଗରପଡା ପଟୁ ଆସୁଥିବା ସମସ୍ତ ଯାତ୍ରୀବାହୀ ବସ ଗୁଡିକ ସେଠାରେ ଅଟକି ରହିଥିଲା। ଚାରି ଚକିଆ ଯାନ କିମ୍ବା ବାଇକଟିଏ ମଧ୍ୟ ଛାଡି ନଥିଲେ। ଫଳରେ ଯାତ୍ରୀମାନେ ଖରାରେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖବରପାଇ ସୋସୋ ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେବି ସେମାନେ ରାଜି ହୋଇ ନଥିଲେ। ପରେ ପୁର୍ବତନ ଜିଲ୍ଲାପରାିଷଦ ରବିନ୍ଦ୍ର ନାୟକ, ଢ଼େଙ୍କା ପଞ୍ଚାୟତର ସରପଞ୍ଚ ସୁବାସିନୀ ସେଠୀ ସଙ୍ଗେ ସଙ୍ଗେ ପାଇପ ଯୋଗେ ପାନୀୟଜଳ ଯୋଗାଣ କରାଇବା ସହ ତିନୋଟିଯାକ ନଳକୂପ ମରାମତି କରାଇବାପରେ ଲୋକମାନେ ଆନ୍ଦୋଳନରୁ ହଟିଥିଲେ।