Odiapua.com

ଜୱାଦ: ଦୁର୍ବଳ ହେଲା, ଅବପାତ ରୂପ ନେଲା : କିନ୍ତୁ ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷିବ

ଭୁବନେଶ୍ବର ୦୫/୧୨ (ଓଡ଼ିଆ ପୁଅ) : ଦୁର୍ବଳ ହେଉଛି ବାତ୍ୟା ଜୱାଦ। ଦିଗ ବଦଳାଇବା ସହ ଅବପାତ ରୂପ ନେଇଛି। ପୁରୀରେ ପହଞ୍ଚିଲା ବେଳକୁ ବାତ୍ୟାର ତୀବ୍ରତା ଆହୁରି କମିବ ବୋଲି ଆକଳନ କରାଯାଇଛି। ଉପକୂଳ ଓଡିଶାରେ ପବନର ବେଗ ୫୫ ରୁ ୬୫ କି.ମି ରହିପାରେ। ଆଜି ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବା ପରେ ମଧ୍ୟାହ୍ନ ସୁଦ୍ଧା ପୁରୀର ନିକଟବର୍ତ୍ତୀ ହେବ ଏହି ଅବପାତ। ପରବର୍ତ୍ତୀ ୨୪ ଘଣ୍ଟାରେ ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ବୋଲି ଆକଳନକରିଛି IMD

– ବାତ୍ୟା ଗୋପାଳପୁର ଠାରୁ ୨୦୦ କି.ମି, ପୁରୀରୁ ୨୭୦ କି.ମି, ଓ ପାରାଦୀପ ଠାରୁ ୩୬୦ କି.ମି ଦୂରରେ ରହିଛି।

– ଘଣ୍ଟାକୁ ୧୧ କି.ମି ବେଗରେ ଗତି କରୁଛି ବାତ୍ୟା ଜୱାଦ।

– ସମୁଦ୍ର ସମୁଦ୍ରରେ ପଳେଇବ ବାତ୍ୟା।

– ଉପକୂଳ ଓଡ଼ିଶାରେ ୫୫-୬୦ କିମି ବେଗରେ ପବନ ବହିପାରେ।

ଅରେଞ୍ଜ ୱାର୍ଣ୍ଣିଂ

ତେବେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂପୁର, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ଏହାର ପ୍ରଭାବରେ :

୧ – କେତେକ ସ୍ଥାନ ଜଳମଗ୍ନ ହେବାର ସମ୍ଭାବନା ରହିଛି ଏହା ସହିତ କେତେକ ତଳିଆ ଅଞ୍ଚଳରେ ପାଣି ମାଡ଼ିଯିବାର ସମ୍ବାବନା ରହିଛି।

୨ – କଚା ରାସ୍ତାର କ୍ଷତି ହେବାର ସମ୍ଭାବନା ରହିଛି।

୩ – ଟ୍ରାଫିକ୍ ସମସ୍ୟା ଏବଂ ମ୍ୟୁନିସିପାଲିଟି ସହରାଞ୍ଚଳରେ ଜଳମଗ୍ନ ହେବାର ସମ୍ବାବନା।

୪ – କେତେକ କ୍ଷେତ୍ରରେ ଉଦ୍ୟାନ କୃଷି ଫସଲ / ପନିପରିବା କ୍ଷତି ହେବାର ସମ୍ବାବନା ରହିଛି।

ୟେଲୋ ୱାର୍ଣ୍ଣିଂ

ନୟାଗଡ଼, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାରେ ଭାରୀ ବର୍ଷା ହେବା ସମ୍ଭାବନା ରହିଛି।

୬ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଅରେଞ୍ଜ ୱାର୍ଣ୍ଣିଂ

ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।

ୟେଲୋ ୱାର୍ଣ୍ଣିଂ

କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।