ଭଦ୍ରକ, ୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଅଧିନସ୍ଥ ଜୟକିଷାନ ନୋଡାଲ ହାଇସ୍କୁଲ ରେ ଆଜି ମୋହା ଆଡ଼ମ୍ବରରେ ଉତ୍କଳ ଦିବସ ପାଳନ କରାଯାଇଛି । ଏହି ଅବସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ରଙ୍କ ଅଧକ୍ଷତା ରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଓଡିଶା ର ବରପୁତ୍ର ମାନଙ୍କର ଭୂମିକା ସମନ୍ଧରେ ବିଦ୍ୟାଳୟ ର ଶିକ୍ଷକ ମାନେ ବକ୍ତବ୍ୟ ରଖିଥିବା ବେଳେ ଉତ୍କଳ ଦିବସ ଉପଲକ୍ଷେ ଅନୁଷ୍ଠିତ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଭଦ୍ରକ ମାଟିର ଗର୍ବ ଗୌରବ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ବିଦ୍ୟାଳୟ ର ବିରିଷ୍ଟ ଶିକ୍ଷକ ନିରଦ ନାୟକଙ୍କ ନେତୃତ୍ୱରେ ଶିକ୍ଷକ ଶକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀମାନେ ସାମୁହିକ ଗାନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଶିକ୍ଷକ ସନ୍ତୋଷ ଦୁଆରୀ, ରାମସିଂ ଟୁଡୁ, ବିଜୟ ଗୋଛାୟତ, କମ୍ବୁନାଥ ବେହେରା ଶିକ୍ଷୟିତ୍ରୀ ପ୍ରେମଲତା ଦାସ, ଜ୍ୟୋସ୍ନାରାଣୀ ନାୟକ, ଭାଗ୍ୟଶ୍ରୀ ପଡିହାରୀ ପ୍ରମୁଖ ଆୟୋଜନ କରିଥିଲେ।