Odiapua.com

ଜ୍ୱାଇଁର ଛୁରାମାଡରେ ଶାଶୁ ମୃତ, ଜ୍ୱାଇଁ ବିଶ ପିଇ ଆତ୍ମହତ୍ୟା ଉଦ୍ୟମ

ପୁରୀ ୨୩ -୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଜ୍ୱାଇଁର ଛୁରାମାଡରେ ଶାଶୁ ମୃତ। ଜ୍ୱାଇଁ ବିଶ ପିଇ ଆତ୍ମହତ୍ୟା ଉଦ୍ୟମ। ଶାଶୁକୁ ଛୁରି ମାରି ହତ୍ୟାକଲା ଜ୍ବାଇଁ। ଜ୍ବାଇଁ ଶକ୍ତିଧର ଦାଶ ପାରିବାରିକ କନ୍ଦଳ ଯୋଗୁଁ ଆଜି ତାଙ୍କ ଶାଶୁଙ୍କ ପେଟରେ ଛୁରି ପୁରାଇଦେଲା ଫଳରେ ଶାଶୁ ତିଳୋତମା କର ଘଟଣାସ୍ଥଳରେ ମୃତ୍ୟ ଘଟିଲା। ତିଳୋତମାଙ୍କୁ ତୁରନ୍ତ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ବାସେଳିସାହି ଥାନା ଅନ୍ତର୍ଗତ ବନମାଳି ନଗରରେ। ଏଭଳି ଜଘନ୍ୟ ଭାବରେ ହତ୍ୟାକରି ଜ୍ବାଇଁ ସେହି ଘରେ ବିଶ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବାବେଳେ ପ୍ରଥମେ ବଳିଆପଣ୍ଡାଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାକୁ ଉଦ୍ଧାର କରି ପୁରୀ ଡାକ୍ତରଖାନାରେ ଭର୍ତ୍ତି କରିଛି। ଚିକିତ୍ସା ଚାଲିଛି। ପରେ ଏହି ଅଞ୍ଚଳ ବାସେଳି ସାହି ଥାନାରେ ଯାଉଥିବାରୁ ମୃତ ତିଳୋତମାଙ୍କ ଇନକ୍ୟୁଷ୍ଟେ କରିବା ସହ ପୋଷ୍ଟମୋର୍ଟମ ପାଇଁ କାଜଗପତ୍ର କରି ତଦନ୍ତ ଆରମ୍ଭ କରିଛି। ପାରିବାରିକ କଳହ ହତ୍ୟାକାଣ୍ଡର କାରଣ ବୋଲି ପୁଲିସ କହୁଛି। କଣ ପାଇଁ ଜ୍ବାଇଁ ଏକ ଛୁରି କିଣି ଶାଶୁଙ୍କୁ ହତ୍ୟାକଲା ଏହାକୁ ତଦନ୍ତ କରାଯାଉଛି ବୋଲି କହିଛନ୍ତି ଅତିରିକ୍ତ ଏସପି।