Odiapua.com

ଜ୍ୟୋତିର୍ବିଦୀ ଦର୍ଶନୀ ନାୟକଙ୍କ ପରଲୋକ

ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ୍ ମହାନ୍ତିପଡା ପଂଚାୟତ ସମିତି ସଭ୍ୟ ନିର୍ମଳ ନାୟକଙ୍କ ପିତା ବଉଳଡିହ ଗ୍ରାମର ଦର୍ଶନୀ ନାୟକ(୮୨)ଙ୍କ ଆଜି ସକାଳେ ପରଲୋକ ଘଟିଛି । ବୟସାଧିକ କାରଣରୁ ଘରୋଇ ଚିକିତ୍ସାରେ ଥିବା ବେଳେ ସେ ମୃତ୍ୟୁ ବରଣ କରିଥିଲେ । ଦର୍ଶନୀ ସଂପୃକ୍ତ ଅଂଚଳରେ ଜଣେ ଜ୍ୟୋତିଶଶାସ୍ତ୍ର ହିସାବରେ ସର୍ବ ଜନାଦୃତ ଥିବା ବେଳେ ଗ୍ରାମର ଭାଗବତ ଟୁଙ୍ଗିରେ ସକ୍ରିୟ ସଭ୍ୟ ରହି ସେବା ଓ ଧର୍ମଚର୍ଚ୍ଚା କରି ଆସୁଥିଲେ । ମୃତ୍ୟୁ ଖବରପାଇ ପୂର୍ବତନମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା, ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ପୁରଷଣ୍ଢ ସୋସାଇଟି ସଭାପତି ପ୍ରଶାନ୍ତ ଦାଶ, ମହାନ୍ତିପଡା ସରପଂଚ ନିହାର ରଞ୍ଜନ ପଣ୍ଡା, ସମିତି ସଭ୍ୟ ପରମେଶ୍ୱର ବାରିକ୍‌, ଅମୂଲ୍ୟ ରତ୍ନ ନନ୍ଦ, ବସନ୍ତ ପତି ପ୍ରମୁଖ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଜୈଷ୍ଠ୍ୟପୁତ୍ର କ୍ଷେତ୍ର ମୋହନ ନାୟକ ମୁଖାଗ୍ନି ଦେଇଥିଲେ ।