Odiapua.com

ଜ୍ଞାନର ଆଲୋକ ଥିଲେ ସତ୍ୟବାଦୀ ମଣ୍ଡଳ

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଲକ କାଦବରାଙ୍ଗ ଅଂଚଳର ଆଦର୍ଶ ଶିକ୍ଷାବିତ ତଥା ସମାଜସେବୀ ସତ୍ୟଦାଦୀ ମଣ୍ଡଳଙ୍କ ଏକାଦଶାହରେ ସ୍ମୃତିସଭା ଅନୁଷ୍ଠିତ ହୋଇଛି। ଯଶୋବନ୍ତ ବେହେରା ପୌରହିତ୍ୟ କରିଥିଲେ। ସଭାରେ ପ୍ରାକ୍ତନ ଅଧ୍ୟକ୍ଷ ଶିବ ଚରଣ ଖାମୁରାଇ ତାଙ୍କ ବକ୍ତବ୍ୟରେ ସତ୍ୟଦାଦୀ ସାର୍ ରାଷ୍ଟ୍ର ନିର୍ମାଣରେ ଦାୟିତ୍ୱ ବହନପରି ଛାତ୍ର ତିଆରି କରୁଥିଲେ, ପଦପଦବୀ,ପଦନ୍ନୋତି,ସମ୍ବର୍ଦ୍ଧନା,ମାନପତ୍ରରେ ସେ ଋଚି ରଖୁନଥିବା ବେଳେ ଛାତ୍ର ଛାତ୍ରୀଙ୍କ ହୃଦୟରେ ରହିଥିଲେ ବୋଲି ମତ ପ୍ରକାଶ ପାଇଥିଲା। ସମାଜସେବୀ ଲକ୍ଷ୍ମୀଧର ପାଲ, ଆଇନଜିବୀ ଅଗଣି ଚରଣ ଜେନା,ପରମେଶ୍ୱର ବାରିକ,ମଧୁସୂଦନ ଘଡେଇ,ଶ୍ରୀଧର ଜେନା,ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାନ୍ତି,ଶିକ୍ଷକ କାର୍ତୀକ ଚନ୍ଦ୍ର ଗିରି,କୃତିବାସ ପୃଷ୍ଟି,ଅଭିମନ୍ୟୁ ଗିରି,ରଘୁନାଥ ରାଉତ,ଲିଙ୍ଗରାଜ ସ୍ୱାଇଁ,ରାମଚନ୍ଦ୍ର ଜେନା ,ଆଦିକନ୍ଦ ପଣ୍ଡା,ଭାସ୍କର ଚନ୍ଦ୍ର ଜେନା,ଲାଲମୋହନ ମହାପାତ୍ର,ସୁଦର୍ଶନ ଜେନା,ସୁରେନ୍ଦ୍ର ଜେନା,ନାରାୟଣ ଚନ୍ଦ୍ର ସାହୁ,ଳକ୍ଷ୍ମୀଧର ନାୟକ,ସତ୍ୟବ୍ରତ ମାହାନା,ଦୀନବନ୍ଧୁ ମଣ୍ଡଳ,ାଭିରାମ ପାଳ,ରମଣୀ ଦେବୀ ପ୍ରମୁଖ ୰ସତ୍ୟବାଦୀ ଜ୍ଞାନର ଆଲୋକ ଥିବା ବେଳେ କାଦବରାଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ପାଇଁ ଜମି ଦାନ କରି ଉଦାହରଣ ସୃଷ୍ଟି କରିପାରିଛନ୍ତି ବୋଲି କହିଥିଲେ। ବିଭୂତି ଭୁଷଣ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ନିରବ ପ୍ରାର୍ଥନା କରାଯାଇଥିଲା।