Odiapua.com

ଜୋର ଧରିଲା ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ : ୧୮କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

ବାଲିଗୁଡା, ୧୫-୧୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ଶୁକ୍ରବାର ଦିନ ମାଓପ୍ରବଣ ଅଞ୍ଚଳ ରୂପେ ପରିଚିତ ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ପଞ୍ଚାୟତର ଜୁନାଗାଁ, ଏଗାର ପଦର ଭଳି ବିଭିନ୍ନ ଅଞ୍ଚଳରେ ୧୮୦ ଏକର ଜଙ୍ଗଲ ଜମିରେ ଚଢ଼ାଉ କରି ପ୍ରାୟ ୧୮କୋଟି ଟଙ୍କାର ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ। ସୂଚନା ପ୍ରକାରେ ଏହି ସବୁ ଅଞ୍ଚଳରେ ମାଓବାଦୀଙ୍କ ଚଳପ୍ରଚଳ ରହିଛି ଏବଂ ମାଓବାଦୀମାନେ ଲୋକଙ୍କୁ ପ୍ରବର୍ତ୍ତାଇ ଗଞ୍ଜେଇଚାଷ କରାଉଥିବା ଜଣାପଡ଼ିଛି। ଫଳରେ ଅଞ୍ଚଳରେ ଦିନକୁଦିନ ଅପରାଧ କାର୍ଯ୍ୟ କଳାପ ମଧ୍ୟ ବଢିବା ଆଶଙ୍କା କରାଯାଉଛି। ଏଣୁ ଆମର ଏହି ଅଭିଯାନ ଆଗକୁ ମଧ୍ୟ ଜାରୀ ରହିବ ବୋଲି ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପ୍ରକାଶ କରିଛନ୍ତି।