Odiapua.com

ଜୋତା ପିନ୍ଧି, ଚେୟାର ଉପରେ ବସି ମହାପ୍ରସାଦ ସେବନ କରିବା ବିରୁଦ୍ଧରେ ସିଂହଦ୍ୱାର ଥାନାରେ ଏତଲା

ପୁରୀ, ୧୪/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଦୁଇ ଜଣ ସୁରକ୍ଷା କର୍ମୀ ଜୋତା ପିନ୍ଧି ଚେୟାର ଉପରେ ବସି ମହାପ୍ରସାଦ ସେବନ କରିବା ଘଟଣାରେ ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ଉଭୟ ସୁରକ୍ଷା କର୍ମୀଙ୍କ ଗିରଫ ଦାବି କରିଛି ପରିଷଦ। ମହାପ୍ରସାଦ ପ୍ରତି ଅବମାନନା କରିଥିବା ଅଭିଯୋଗରେ ଏହି ଏତଲା ଦିଆଯାଇଛି। ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ପରିଷଦର କର୍ମକର୍ତ୍ତା ଏସପିଙ୍କୁ ଦେଖାକରି ଅଭିଯୋଗ କରିବେ ବୋଲି କହିଛନ୍ତି। ପୁଣିଥରେ, ମହାପ୍ରଭୁଙ୍କ ମହାପ୍ରସାଦ ପ୍ରତି ଅବମାନନା। ଗତ ୧୨ ତାରିଖରେ ଦୁଇ ଜଣ ସୁରକ୍ଷା କର୍ମୀ ଜୋତା ପିନ୍ଧି ଚେୟର ଉପରେ ବସି ମହାପ୍ରସାଦ ସେବନ କରୁଥିବାର ଭିଜୁଆଲ ଭାଇରାଲ ହୋଇଥିଲା।