Odiapua.com

ଜୈବିକ ଖତର ସଦୁପଯୋଗ ନେଇ ତାଲିମ୍

ବାଲିଗୁଡ଼ା, ୧୭/୭ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ କାର୍ଯ୍ୟାଳୟ ପରସର ମଧ୍ୟରେ ଗ୍ରାମୀଣ ପ୍ରୋଡ଼ାକ୍ଟ ମାର୍କେଟିଂ ତରଫରୁ ଜୈବିକ ଖତର ବ୍ୟବହାର ଓ ତାହାର ସଠିକ୍ ସଦୁପଯୋଗ ସଂପର୍କରେ ଦୁଇଦିନ ଧରି ଏକ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ୍ କାର୍ଯ୍ୟକ୍ରମରେ ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ବିଶ୍ୱନାଥ ନିଳାମ୍ବରମ୍ ଓ ପ୍ରଫୁଲ୍ ବିଷୋଇଙ୍କ ମିଳିତ ଉଦ୍ୟମରେ ଜୈବିକ ଖତ ଖଛ ମାନଙ୍କରେ କିଭଳି ଦିଆଯିବା ସହ ତାହାର ଯତ୍ନ କିପରି ନେବେ, ସେ ସଂପର୍କରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଏହି ଦୁଇଦିନିଆ ତାଲିମ୍ ରେ ବାଲିଗୁଡ଼ା ବନଖଣ୍ଡ ଅଧିନସ୍ଥ କ.ନୂଆଗାଁ, ସିମନବାଡ଼ି, ବ୍ରାହ୍ମଣୀଗାଁ, ଦାରିଙ୍ଗବାଡ଼ି, ବେଲଘର, ତୁମୁଡ଼ିବନ୍ଧ, କୋଟଗଡ଼ ଭଳି ପ୍ରଭୁତି ବନାଞ୍ଚଳର ସମସ୍ତ ବନାଞ୍ଚଳ ଅଧିକାରୀ, ବନପାଳ ଓ ବନ ବିଭାଗ ଗାର୍ଡ଼ ମାନଙ୍କୁ ତାଲିମ୍ ପ୍ରଦାନ କରା ଯାଇଥିଲା। ଶେଷରେ ଶ୍ରୀ ବିଷୋଇ ଧନ୍ୟବାଦ ଅର୍ପଣ କରିଥିଲେ।