Odiapua.com

ଜେଲ ଭିତରେ ଚାଲିଛି ଜୁଆ ଖେଳ !

ଗଞ୍ଜାମ, ୦୩/୧୧, (ଓଡ଼ିଆ ପୁଅ ପି ନାୟକ):ଜେଲରେ ଚାଲିଛି ଜେଲ କର୍ତ୍ତୁପକ୍ଷଙ୍କ ମନମାନି। ଜେଲରେ ବିଭିନ୍ନ ନିଶାଦ୍ରବ୍ୟ କାରବାର ସହ ବିଭିନ୍ନ ପ୍ରକାର ଅପରାଧିକ କାର୍ଯ୍ୟକଳାପ ଚାଲିଥିବା ଅଭିଯୋଗ ହୋଇଛି। ତେବେ ଭଞ୍ଜନଗର ଜେଲରେ ଏହି ସବୁ କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଛି। ଏହାଛଡା କ ଏଦୀଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦିଆଯିବା ସହ ଅତି ନିମ୍ନମାନର ଖାଦ୍ୟ ଦିଆଯାଉଥିବା ବି ଅଭିଯୋଗ ହୋଇଛି। ସେଠାରେ ଜୁଆଖେଳଠୁ ଆରମ୍ଭ କରି ସୁଧ ବେପାର ଚାଲୁଥିବା ବି ଅଭିଯୋଗ ହୋଇଛି। ଏନେଇ ଜଣେ କଏଦୀ ଅଭିଯୋଗ କରିଛନ୍ତି। ସେ ଏହାକୁ ବିରୋଧ କଲେ ଅନେକ ସମୟରେ ତାଙ୍କୁ ଶାରୀରିକ ନିର୍ଯ୍ୟାତନା ଦିଆଯାଉଥିବା ବି ସେ କହିଛନ୍ତି। ମାତ୍ର ଏସବୁ ଅଭିଯୋଗକୁ ଜେଲ କର୍ତ୍ତୁପକ୍ଷ ଖଣ୍ଡନ କରିଥିବା ସୂଚନା ମିଳିଛି।