Odiapua.com

ଜେଲରେ ପାଳନ ହେବ ପି ଚିଦାମ୍ବରମଙ୍କ ୭୪ତମ ଜନ୍ମଦିନ

ନୂଆଦିଲ୍ଲୀ,୧୬/୦୯,(ଓଡ଼ିଆ ପୁଅ ପି ନାଏକ): ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମଙ୍କ ଆଜି ଜନ୍ମଦିନ । ତେବେ ସବୁଥର ପରି ଚଳିତଥର ସେ ନିଜ ପରିଜନଙ୍କ ସହ ଜନ୍ମଦିନ ପାଳନ କରିପାରିବେ ନାହିଁ । ଏକାଏକା ଜେଲ କୋଠରୀ ମଧ୍ୟରେ ହିଁ ନିଜର ଜନ୍ମଦିନକୁ ପାଳନ କରିବେ ପୂର୍ବତନ ଅର୍ଥମନ୍ତ୍ରୀ । ଆଇଏନଏକ୍ସ ମିଡିଆ ମନି ଲଡ୍ରିଂ ମାମଲାରେ ତିହାର ଜେଲରେ ଅଛନ୍ତି ଚିଦାମ୍ବରମ । ଆସନ୍ତା ୧୯ ପର୍ଯ୍ୟନ୍ତ ସେ ଜେଲରେ ରହିବେ ବୋଲି ଜଣାପଡିଛି । ୧୪ ଦିନ ପାଇଁ କୋର୍ଟ ତାଙ୍କୁ ବିଚାରବିଭାଗୀୟ ଜେଲକୁ ପଠାଇଛନ୍ତି ।