Odiapua.com

ଜେପିଭିଟି ଆସୋସିଏସନ୍ ର ବାର୍ଷିକ ଉତ୍ସବ ଓ ବିଶ୍ୱ ଫଟୋଗ୍ରାଫିଦିବସ ପାଳିତ

ଜଗତସିଂହପୁର ୨୩/୮ ( ଓଡିଆ ପୁଅ / ନୃସିଂହ ଚରଣ ବାରିକ) ଜଗତସିଂହପୁର ଫଟୋ- ଭିଡିଓଗ୍ରାଫିକ ଟ୍ରେଡର୍ସ ଆସୋସିଏସନ୍ ର ବାଷିକ ଉତ୍ସବ ଓ ବିଶ୍ୱ ଫଟୋଗ୍ରାଫି ଦିବସ ସ୍ଥାନୀୟ ସଂସ୍କୃତି ଭବନରେ ଶତାଧିକ ଫଟୋଗ୍ରାଫରଙ୍କ ଗହଣରେ ପାଳିତ ହୋଇଯାଇଛି। ପୂର୍ବାହ୍ନରେ ଫଟୋଗ୍ରାଫର ମାନଙ୍କ ଦ୍ୱାରା ଶିଶୁ ଆଶ୍ରମ ପିଲାଙ୍କୁ ଫଳ ବଂଟନ ଏବଂ ଶୀକୃଷ୍ଣ ଏକାଡେମୀ ପରିସରରେ ଓ ସରକାରୀ ବାଳିକା ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା।ପରେ ସଂସ୍କୃତି ଭବନରେ ଏକ ଫଟୋ ପ୍ରଦର୍ଶନୀ, କ୍ୟାନନ୍ ଏବଂ ପାନାସୋନିକ କମ୍ପାନୀ ଦ୍ୱାରା ଫଟୋ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏହାକୁ ବରିଷ୍ଠ ଫଟୋଗ୍ରାଫର ପଂଚାନନ ପ୍ରଧାନ ଓ ଜେପିଭିଟିର ସଭାପତି ମହେଶ୍ୱର ମହାନ୍ତି ଉଦ୍ଘାଟନ କରିଥିଲେ।ଅପରାହ୍ ଣରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଓଡିଶାର ମାନ୍ୟବର ଜଳସଂପଦ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ, ଏବଂ ସମ୍ମାନନୀୟ ଅତିଥି ରୂପେ ମାନ୍ୟବର ଜଗତସିଂହପୁର ସାଂସଦ ଡାଃ ରାଜଶ୍ରୀ ମଲ୍ଲିକ, ମାନ୍ୟବର ତିର୍ତ୍ତୋଲ ବିଧାୟକ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ଦାସ, ମାନ୍ୟବର ଜଗତସିଂହପୁର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି, ମାନ୍ୟବର ଜିଲ୍ଲାପାଳ ଜଗତସିଂହପୁର ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଫଟୋଗ୍ରାଫିର ଆଧୁନିକତା, ଚାହିଦା ଏବଂ ଫଟୋଗ୍ରାଫର ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ।ଏହି ସଭାରେ ଜେପିଭିଟି ଆସୋସିଏସନ୍ ତରଫରୁ ଏକ ୫ ଦଫା ସମ୍ବଳିତ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶାଙ୍କ ଉଦ୍ଦେଶ୍ୟରେ ମାନ୍ୟବର ମନ୍ତ୍ରୀ, ସାଂସଦ, ବିଧାୟକ ଓ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଦାବି ଗୁଡିକ ମଧ୍ୟରେ ଫଟୋଗ୍ରାଫର ମାନଙ୍କୁ ପେନସନ୍, ବୀମା, ପରିବାର ସଦସ୍ୟକୁ ମାଗଣା ଶିକ୍ଷାଦାନ, ସରକାରୀ ଯୋଜନାରେ ସାମିଲ କରିବା ଇତ୍ୟାଦିରହିଛି।ଏହି ଉତ୍ସବରେ ବରିଷ୍ଠ ଫଟୋଗ୍ରାଫର ତଥା ଚଳଚ୍ଚିତ୍ର ପ୍ରଯୋଜକ ସୁରେନ୍ଦ୍ର ରାଉତ ଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ମାନପତ୍ର, ଉପଢୌକନ ଓ ୧୦, ୦୦୦ଟଙ୍କାର ଏକ ଚେକ ପ୍ରଦାନ କରାଯାଇଥିଲା। ଫଟୋ ପ୍ରଦର୍ଶନୀରେ ଭାଗ ନେଇଥିବା ଫଟୋଗ୍ରାଫରମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ଉତ୍ସବରେ ମହେଶ୍ୱର ମହାନ୍ତି ସଭାପତିତ୍ୱ କରିଥିବାବେଳେ ଶୁଭଙ୍କର ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେବା ସହିତ ମଂଚଞ୍ଚ ପରିଚାଳନା କରିଥିଲେ। ଶେଷରେ ପାୟଲ ଡ୍ୟାନ୍ସ ଗୃପ ଦ୍ୱାରାରଙ୍ଗାାରଙ୍ଗଡ୍ୟାନ୍ ସ କାର୍ଯ୍ୟକ୍ରମଓ ବିଜୟ କୁମାରଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା ଜିଲ୍ଲାର ବହୁସଂଖ୍ୟକ ଫଟୋଗ୍ରାଫର ମାନେ ଯୋଗଦେଇ ମଡେଲ ମଧୁଙ୍କ ସହିତ ଫଟୋସୁଟ କରି ଉତ୍ସବକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥିଲେ।