Odiapua.com

ଜେଜେଙ୍କ ଦଶାହକର୍ମରେ ନାତି ନଦୀରେ ବୁଡି ଗଲେ

କେନ୍ଦ୍ରାପଡା ୧୩/୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ନିକିରେଇ କଲେଜରେ +୨ ଛାତ୍ର ତଥା ଟାଉନଥାନା ଅନ୍ତର୍ଗତ ମୀରପାଟଣା ଗ୍ରାମର ପରିକ୍ଷୀତ ଦାସଙ୍କ ପୁଅ ଅଙ୍କିତ ଦାସ(୧୭) ରବିବାର କେନ୍ଦ୍ରାପଡା ସହର ନୂଆବସଷ୍ଟାଣ୍ଡ ନିକଟ ଗୋବରୀ ନଦୀ ପାଣିରେ ବୁଡିଯାଇଥିବା ଜଣାପଡିଛି। ଅଙ୍କିତ ତାଙ୍କ ଜେଜେଙ୍କ ସୁଧକ୍ରୀୟା ପାଇଁ ଗାଧୋଇବାକୁ ସହରର ନୂଆ ବସଷ୍ଟାଣ୍ଡ ନିକଟସ୍ଥ ଗୋବରୀ ନଦୀକୁ ଯାଇଥିଲେ। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଅଙ୍କିତଙ୍କ ଶବ ମିଳିନଥିବା ଜଣାପଡିଛି।