Odiapua.com

ଜେଇଇ ଆଶାୟୀ ପରୀକ୍ଷାର୍ଥୀ ମାନଙ୍କ ପାଇଁ ସୂଚନା

ଯାଜପୁର ୨୮ା୮ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ୨୦୨୦ ବର୍ଷ ପାଇଁ ସର୍ବ ଭାରତୀୟ ଜେଇଇ ପରୀକ୍ଷା ଦେବାକୁ ଥିବା ଆଶାୟୀ ପ୍ରାର୍ଥୀ ମାନଙ୍କୁ ପ୍ରଶାସନ ପକ୍ଷରୁ ସହଯୋଗର ସୂଚନା ଦିଆଯାଇଛି। ଇତି ମଧ୍ୟରେ ରାଜ୍ୟ ସରକାର ସର୍ବ ଭାରତୀୟ ସ୍ତରରେ ଆୟୋଜିତ ହେବାକୁ ଥିବା ଏହି ପରୀକ୍ଷାକୁ କରୋନା ଓ ବନ୍ୟା ପରିସ୍ଥିତି ପାଇଁ ଘୁଂଚାଇବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମର୍ମରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି। ତେବେ ଏହି ପରୀକ୍ଷା ନ ଘୁଂଚାଯାଇ ଯଦି ନିର୍ଦ୍ଧାରିତ ତାରିଖରେ ହୁଏ ତେବେ ସେଥିପାଇଁ ଯାଜପୁର ଜିଲ୍ଲାର ଆଶାୟୀ ପରୀକ୍ଷାର୍ଥୀ ମାନଙ୍କର କ’ଣ ସମସ୍ୟା ରହୁଛି ସେ ସଂପର୍କରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବାକୁ ପରୀକ୍ଷାର୍ଥୀ ମାନଙ୍କୁ ଜିଲ୍ଲାପାଳ ରଂଜନ କୁମାର ଦାସ ଅନୁରୋଧ କରିଛନ୍ତି। ସମସ୍ୟା ସଂପର୍କରେ ଏହି ଆଶାୟୀ ପରୀକ୍ଷାର୍ଥୀମାନେ ଆଇ-ଟି-ଆଇ- ବରୁଆଁର ଅଧ୍ୟକ୍ଷଙ୍କୁ ୯୪୩୮୪୪୬୯୮୧ ଓ ଆଇ-ଟି-ଆଇ- ରଗଡିର ଅଧ୍ୟକ୍ଷଙ୍କୁ ୯୪୩୭୧୫୫୧୦୭ ରେ ଯୋଗାଯୋଗ କରିବାକୁ ଜିଲ୍ଲାପାଳ ଶ୍ରୀ ଦାସ ଅନୁରୋଧ କରିଛନ୍ତି। ପରୀକ୍ଷାର୍ଥୀ ଜିଲ୍ଲା ୱେବ୍‌ସାଇଟ୍ Jajpur.nic.in ର ମଧ୍ୟ ସହାୟତା ନେଇପାରନ୍ତି। ଏ ସଂପର୍କିତ ସମସ୍ୟା ଗୁଡିକୁ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ନିଆଯାଇ ତାହାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।