Odiapua.com

ଜୁଲାଇରେ ଝାରସୁଗୁଡ଼ା ବିମାନବନ୍ଦର ଦେଇ ୧୬ ହଜାର ଯତ୍ରୀ ଯାତ୍ରା କରିଛନ୍ତି

ସମ୍ବଲପୁର, ୧୮/୮ – (ଓଡ଼ିଆ ପୁଅ) ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ କେତେକ ବିମାନର ଉଡ଼ାଣ ବାତିଲ ସାଙ୍ଗକୁ ବର୍ଷା ଦିନିଆ ଅଣଚାହିଦା ସମୟ ସତ୍ତ୍ୱେ ଜୁଲାଇ ମାସରେ ୧୬ ହଜାର ଯାତ୍ରୀ ଏହି ବିମାନ ବନ୍ଦର ଦେଇ ଯାତ୍ରା କରିଛନ୍ତି। ଜୁନ ମାସର ଚାହିଦାକୁ ହିସାବକୁ ନେଲେ ଏହା ୧୮ ଶତାଂଶ କମ୍ ଅଟେ। ଜୁନରେ ୧୯ ହଜାର ଯାତ୍ରୀ ଏହି ବିମାନ ବନ୍ଦର ଦେଇ ଯାତ୍ରା କରିଥିଲେ। ସ୍ପାଇସ ଜେଟ୍ ତା’ର ବିମାନ ସେବା ପ୍ରାରମ୍ଭ କଲା ଦିନଠାରୁ ଝାରସୁ୍ ଗୁଡ଼ା ବିମାନ ବନ୍ଦର ନିୟମିତ ଭାବରେ କାର୍ଯ୍ୟକ୍ଷମ ହେବା ପରେ ଏ ବିମାନ ବନ୍ଦର ଦେଇ ବର୍ତ୍ତମାନ ସୁଦ୍ଧା ୫୯ ହଜାର ଯାତ୍ରୀ ବିମାନ ବନ୍ଦରକୁ ଉପଯୋଗ କଲେଣି। ଇତି ମଧ୍ୟରେ ବିମାନ ବନ୍ଦରରେ ଡିଭିଓଆର ଏବଂ ଡ଼ିଏମଇ ଖଞ୍ଜା ଗଲାଣି। ଏଥିରେ ସ୍ୱଳ୍ପ ଆଲୁଅରେ ମଧ୍ୟ ବିମାନ ଅବତରଣ କରାଇବାରେ ପାଇଲଟଙ୍କୁ ସୁବିଧା ହେବ। ଏହା ଫଳରେ ଆଉ ବିମାନ ସେବାକୁ ବାତିଲ କରିବାର କୌଣସି ଆବଶ୍ୟକତା ପଡ଼ିବ ନାହିଁ।