Odiapua.com

ଜୁନ ୭ ରେ ପବିତ୍ର “ଇଦ-ଉଲ-ଯୋହା’ ପର୍ବ

ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମୁସଲିମ ଜମାତର ଏକ ବୈଠକ ପୁରୁଣା ବଜ଼ାର ସ୍ଥିତ ମଦିନା ମଇଦାନ ଠାରେ ଉପ-ସଭାପତି ମହମ୍ମଦ ଜ଼କାଉଲ୍ଲା ଙ୍କ ସଭାପତିତୁରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ଇଦ-ଉଲ-ଯୋହା ପର୍ବ ପାଇଁ ବସିଥିଲା ଏବଂ ଚନ୍ଦ୍ର ଦର୍ଶନର ପ୍ରମାଣ ପାଇଲା ପରେ ଚଳିତ ଜୁନ ୭ ତାରିଖ ଶନିବାର ରେ ପବିତ୍ର “ଇଦ-ଉଲ-ଯୋହା’ ପର୍ବ ପାଳନ ହେବ ବୋଲି ସିଦ୍ଧାନ୍ତ ହେଲା । ପୁରୁଣା ବଜ଼ାର ସ୍ଥିତ ଜାମା ମସଜିଦ ରେ ସକାଳ ୮-୧୫ ମିନିଟ ଓ ଇଦଘା ଠାରେ ସକାଳ ୮-୩୦ ମିନିଟ ରେ ସମୂହ ନମାଜ ପାଠ ହେବ ଏବଂ ଭିନ୍ନ ଭିନ୍ନ ମସଜିଦରେ ସକାଳ ୭ ଘଟିକା ଠାରୁ ସକାଳ ୯ ଘଟିକା ମଧ୍ୟରେ ନମାଜ ପାଠ ସରିବ । ଇସଲାମ ଧର୍ମରେ ମୁସଲମାନ ମାନଙ୍କ ସମସ୍ତ ପର୍ବ ପର୍ବାଣୀ ଚନ୍ଦ୍ର ଦର୍ଶନ କୁ ନେଇ ଦିନ ଗଣନା କରାଯାଇ ପ୍ରତ୍ୟେକ ପର୍ବ ପାଳନ ହୋଇଥାଏ। ଇସଲାମ ଧର୍ମର ଶେଷ ମାସ ଇଦ-ଉଲ-ଯୋହା ପର୍ବ ଭଦ୍ରକ ଓ ଆମ ଭାରତ ସହିତ ବିଶ୍ୱରେ ମଧ୍ୟ ଏହି ପର୍ବ ପାଳନ ହୋଇଥାଏ । ଏହି ପର୍ବ ତ୍ୟାଗ, ଧର୍ମ, ଦାନ, ଖୁସୀ , ବଳିଦାନ ଓ ଭାଇଚାରା ର ପର୍ବ । ଏହି ପର୍ବ ଚନ୍ଦ୍ର ଦର୍ଶନ ର ୧୦ ଦିନରେ ହୋଇଥାଏ । ଏହି ବୈଠକ ରେ ମୁସଲିମ ଜମାତ ର ସାଧାରଣ ସମ୍ପାଦକ ହାଜି ଶେଖ ଏନାମ ମହମ୍ମଦ , ସମ୍ପାଦକ ହାଜି ଅବଦୁଲ ମୁକିତ ଖାନ, ହାଜି ଅନୱାର ହୋସେନ , ହାଜି କାସିମ ଖାନ, ମିର୍ଜା ଏକ୍ରାମ ବେଗ , ଅସରଫ ଅଲି ଖାନ , ଜମିଲ ଅଖତର ଖାନ, ଇଂ. ରେଜାଏ ରସୁଲ, ଇଂ. ହବିବୁଲ୍ଲା ଖାନ , ମାଷ୍ଟର ମୁସ୍ତାକ ଗୌହର ଓ ମିଡ଼ିଆ ସେଲ ସଂଯୋଜକ ଶେଖ ଅନୱର ପ୍ରମୁଖ ଉପସ୍ଥିତ ରହି ଏହି ପର୍ବ ଚଳିତ ଜୁନ ୭, ୮ ଓ ୯ ତାରିଖ ତିନିଦିନ ପର୍ଯ୍ୟନ୍ତ ପର୍ବ ଚାଲୁ ରହିବ ବୋଲି ଆଲୋଚନା ହୋଇଥିଲା।