Odiapua.com

ଜୁନ୍ ୧ ରୁ ପ୍ରତିଦିନ ୨୦୦ ନନ୍‌ଏସି ଟ୍ରେନ୍ ଚାଲିବ – ଖୁବ୍ ଶୀଘ୍ର ଅନଲାଇନରେ ଟିକେଟ୍ ବୁକିଂ ଆରମ୍ଭ ହେବ ବୋଲି ସୂଚନା ଦେଲା ରେଳବାଇ

ନୂଆ ଦିଲ୍ଲୀ ୧୦-୫ (ଓଡ଼ିଆ ପୁଅ) ଦେଶରେ ଚାଲିଥିବା କରୋନା ସଙ୍କଟ ମଧ୍ୟରେ ଭାରତୀୟ ରେଳବାଇ ଜୁନ୍ ୧ ରୁ ୨୦୦ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି। ରେଳବାଇ ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛି। ରେଳବାଇ ଟ୍ୱିଟ୍ କରି କହିଛି ଯେ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ବ୍ୟତୀତ ଭାରତୀୟ ରେଳ ଜୁନ୍ ୧ ରୁ ଦୈନିକ ୨୦୦ ଅତିରିକ୍ତ ଟାଇମ୍ ଟେବୁଲ୍ ଟ୍ରେନ୍ ଚଳାଇବାକୁ ଯାଉଛି, ଯାହା ବିନା ଏୟାର କଣ୍ଡିସନର ଟ୍ରେନ୍ ଅର୍ଥାତ୍ ଦ୍ୱିତୀୟ ଶ୍ରେଣୀ ଟ୍ରେନ୍ ହେବ ଏବଂ ଏହି ଟ୍ରେନ୍ଗୁଡ଼ିକର ବୁକିଂ ଅନଲାଇନରେ ଉପଲବ୍ଧ ହେବ। ଟ୍ରେନର ସୂଚନା ଶୀଘ୍ର ଉପଲବ୍ଧ ହେବ।

ଏହାପୂର୍ବରୁ ରେଳବାଇ ଏକ ଟୁଇଟ୍ କରିସାରିଛି। ରେଳବାଇ ଟ୍ୱିଟ୍ କରି କହିଛି, ‘ଭାରତୀୟ ରେଳ ଶ୍ରମିକ ଟ୍ରେନ୍ ଚଳାଚଳ ଜାରି ରଖିଛି। ଏପର୍ଯ୍ୟନ୍ତ ପ୍ରାୟ ୧୬.୫ ଲକ୍ଷ କର୍ମଚାରୀଙ୍କୁ ମୋଟ ୧୬୦୦ ଟ୍ରେନ୍ ମାଧ୍ୟମରେ ସେମାନଙ୍କ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।