Odiapua.com

ଜୁନ୍ ୧୫ରେ ଜାତୀୟ ଶିକ୍ଷା ନୀତି ୨୦୧୯ ଉପରେ ‘ଓପାଫ’ ଓ ‘ଓସା’ ଆନୁକୂଲ୍ୟରେ ଆଲୋଚନାଚକ୍ର

ଭୁବନେଶ୍ୱର, ତା ୧୩ା୬ (ଓଡ଼ିଆ ପୁଅ) : ଆସନ୍ତା ଜୁନ୍ ୧୫ତାରିଖ ଶନିବାର ଦିବା ୧୦ ଘଟିକା ସମୟରେ ୟୁନିଟ୍-୯, ଭୁବଶ୍ୱେରସ୍ଥିତ ବୁଦ୍ଧ ମନ୍ଦିର ସମ୍ମିଳନୀ କକ୍ଷରେ ‘ଓପାଫ’(ଅର୍ଗାନାଇଜେସନ୍ ଅଫ୍ ପ୍ୟାରେଣ୍ଟସ୍ ଆସୋସିଏସନ୍ ଫୋରମ୍) ଓ ସୂଚନା ଅଧିକାର ଆଇନ୍ (ଓସା) ମିଳିତ ଆନୁକୂଲ୍ୟରେ ଜାତୀୟ ଶିକ୍ଷାନୀତି – ୨୦୧୯ ଉପରେ ଏକ ଆଲୋଚନାଚକ୍ର ଆୟୋଜନ କରାଯାଉଅଛି। ଏଥିରେ ଓଡ଼ିଶାର ବହୁ ଶିକ୍ଷାବିତ୍, ଶିକ୍ଷକ, ଅଭିଭାବକ, ସୂଚନା ଅଧିକାର କର୍ମୀ, ବୁଦ୍ଧିଜୀବୀ, ସମାଜସେବୀ ପ୍ରମୁଖ ଯୋଗଦେଇ ନିଜ ନିଜର ମତବ୍ୟକ୍ତ ସହ ପ୍ରସ୍ତାବ ମାନ ଦେବେ। ତେଣୁ ଏହି ଆଲୋଚନାଚକ୍ରରେ ସମସ୍ତ ବୁଦ୍ଧିଜୀବୀମାନଙ୍କୁ ଆଲୋଚନାରେ ଭାଗ ନେବାପାଇଁ ନିବେଦନ କରାଯାଉଛି।