Odiapua.com

ଜୁନାଗଡ଼ ଗଣଦୁଷ୍କର୍ମ ଘଟଣାରେ ସଂପୃକ୍ତ ଡ୍ରାଇଭର ଗିରଫ

ଭୁବନେଶ୍ଵର,୨୮/୦୯,(ଓଡ଼ିଆ ପୁଅ ପି ନାଏକ): ଜୁନାଗଡ଼ ଗଣଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ ମାମଲାରେ ଡ୍ରାଇଭର ଲଳିନ୍ଦ୍ର ଶବରକୁ ଗିରଫ କରିଛି ପୋଲିସ । ପୀଡ଼ିତାଙ୍କ ସାନି ବୟାନ ଆଧାରରେ ଡ୍ରାଇଭରକୁ ଗିରଫ କରାଯାଇଛି । ଗିରଫ ଲଳିନ୍ଦ୍ରକୁ ଜେଏମଏଫସି କୋର୍ଟ ଚାଲାଣ କରିଛି ପୋଲିସ । ଗତକାଲି ଗଣମାଧ୍ୟମକୁ ଚାଞ୍ଚଲ୍ୟକାର ବୟାନ ଦେଇଥିଲେ ପୀଡ଼ିତା । ଡ୍ରାଇଭର ଲଳିନ୍ଦ୍ର ଶବର ମୁଖ୍ୟ ଖଳନାୟକ ବୋଲି କହିଥିଲେ । ଲଳିନ୍ଦ୍ରକୁ ଛାଡ଼ି ଦେଲେ ସେ ଆତ୍ମହତ୍ୟା କରିବେ ବୋଲି କହିଥିଲେ । ଆଜି ଏନେଇ ସିଆରସିସି ଦଫା ୧୬୧ରେ ପୀଡ଼ିତାଙ୍କ ସାନି ବୟାନ ନେଇଥିଲା ପୋଲିସ । ବୟାନରେ ଲଳିନ୍ଦ୍ରର ନାଁ ନେଇଥିଲେ ପୀଡ଼ିତା ।