ମାଲକାନଗିରି,୧୨ ।୧୧(ଓଡିଆ ପୁଅ ) ମାଲକାନଗିରି ଥାନାସ୍ଥ ମାନ୍ଦାପାଲି ଗ୍ରମ ନିକଟରେ ବେଆଇନ ଜୁଆଆଡା ଚାଲିଥିବାର ଖବର ପାଇ ଏସ.ପି ରିଶୀକେଶ ଖିଲାରୀ ଡି ଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ ,ସବଇନିସପେକ୍ଟର ରୁଦ୍ରମାଧବ ମୁଦୁଲି ଙ୍କ ନେତୃତ୍ୱରେ ପୁଲିସ ସଦଳବଳ ଘଟଣାସ୍ଥଳରେ ପହଁଚି ଚଢାଉକରିଥିଲେ ।ଏହି ଚଢଉ ସମୟରେ ୮ଜଣ ଜୁଆଡିଙ୍କୁ ଧରିବା ସହତି ସେମାନଙ୍କ ଠାରୁ ନଗଦ ୨୨,୫୮୦ଟଙ୍କା,୬ଟି ମୋବାଇଲ , ତାସ ଓ ଅନ୍ୟାନ ଉପକରଣ ପୁଲିସ ଜବତକରିଛନ୍ତି । ମାଲକାନଗିରି ଥାନା କେସ ନମ୍ବର ୩୦୧ । ୨୦୧୯ ଭାରତୀୟ ପିଙ୍ଗଳ କୋର୍ଡ ୩ ଓପିଜି ଦଫାରେ ଗିରଫ ୮ଜଣ ଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି । କୁମାରପର୍ଣ୍ଣିମା ଠାରୁ ମାଲକାନଗିରି ଜିଲ୍ଲାର ବିଭିନ୍ନ ଗ୍ରାମରେ ଖୁସିରେ ସାଙ୍ଗସାଥିମାନେ ତାସ,ଲୁଡୁପାଲି ଖେଳିଥାନ୍ତି । ଏହା ଏବେ ଖୁସି ବଦଳରେ ବ୍ୟବସାୟ ଓ ପଇସା ରୋଜଗାର ନିଶାରେ ପରିଣତ ହୋଇ ଯାଇଛି । ଗାଁ ଗହଳ ଠାରୁ ଆରମ୍ଭ କରି ସହର ର କିଛି ବିଶିଷ୍ଟ ବ୍ୟକ୍ତି,ବ୍ୟବସାୟୀ,ସରକାରୀ କର୍ମଚାରୀ ମାନେ ଟଙ୍କା ବାଜି ଲଗାଇ ଜୁଆଖେଳରେ ମାତି ଜମିବାଡି ସ୍ତ୍ରୀଙ୍କ ଗହଣା ବିକ୍ରୀ କରି ସର୍ବଶ୍ୱାନ୍ତହୋଇ ଦାଣ୍ଡର ଭିକାରୀ ପାଲଟିଯାଉ ଥିଲେ ମଧ୍ୟ ଏହି ଜୁଆଖେଳର ନିଶା ଛାଡୁନଥିବାର ଜଣାପଡିଛି ।