Odiapua.com

ଜୁଆ ଆଡା ଉପରେ ପୁଲିସର ଚଢାଉ ୭ଜୁଆଡି ଗିରଫ,୨୯,୬୮୦ଟଙ୍କା ଜବତ

ମାଲକାନଗିରି,୯ା୧୦(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସ୍ଥ ପଦ୍ମଗିରି ଗ୍ରାମ ରେ ଜୁଆଆଡା ଚାଲିଥିବାର ଖବର ପାଇ ଏସ.ପି ରିଶୀକେଶ ଖିଲାରୀ ଡି ଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ ,ସବଇନିସପେକ୍ଟର ରୁଦ୍ର ମାଧବ ମୁଦୁଲି ପୁଲିସ ସଦଳବଳ ଘଟଣାସ୍ଥଳରେ ପହଁଚି ଚଢାଉକରିଥିଲେ ।ଏହି ଚଢାଉ ସମୟରେ ୭ଜଣ ଜୁଆଡିଙ୍କୁ ଧରିବା ସହତି ସେମାନଙ୍କ ଠାରୁ ତାସପାଲି,ନଗଦ୨୯,୬୮୦ଟଙ୍କା ପୁଲିସ ଜବତକରିଛି । ମାଲକାନଗିରି ଥାନା କେସ ନମ୍ବର ୨୫୨ା୨୦୧୯ ଭାରତୀୟ ପାଙ୍ଗଳ କୋର୍ଡ ୩ ଓପିଜି ଦଫାରେ ଏମଭି୮୩ ଗ୍ରାମର କମଲରାୟ,ଝରାପାଲି ଗ୍ରାମର ଗୁଟି ପଡିଆମୀ,ଜିଲେରିଗୁଡା ଗ୍ରାମର ଦୁର୍ଯ୍ୟଧନ ଖୁରାମୀ,ଏମଭି୯୭ ଗ୍ରାମର ଗୋପି ସିକଦାର,ମଙ୍ଗ ଗ୍ରାମର ସୋମନାଥ ଦୁରୁକା,ବୈଲାପାରୀ ଗ୍ରାମର ଘାଷିରାମ ପେଡି,ଛତିଶଗଡ ରାଜ୍ୟ ସୁକୁମା ଜିଲ୍ଲା ଗାଦିରାସ ଥାନା ଝିରାନପାଲି ଗ୍ରାମର ସନ୍ତୋଷ କାଶ୍ୟପ ଏହି ୭ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛନ୍ତି । ଦୁର୍ଗାପୁଜା ଠାରୁ କୁମାରପଣ୍ଣ ର୍ିମା ପର୍ଯ୍ୟନ୍ତ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଗ୍ରାମରେ ଖୁସିରେ ସାଙ୍ଗସାଥିମାନେ ତାସ,ଲୁଡୁପାଲି ଖେଳିଥାନ୍ତି । ଏହା ଏବେ ଖୁସି ବଦଳରେ ବ୍ୟବସାୟ ଓ ପଇସା ରୋଜଗାର ନିଶାରେ ପରିଣତ ହୋଇ ଯାଇଛି ।ଟଙ୍କା ବାଜି ଲଗାଇ ଜୁଆଖେଳରେ ଲୋକମାନେ ମାତି ଜମିବାଡି ସ୍ତ୍ରୀଙ୍କ ଗହଣା ବିକ୍ରୀ କରି ସର୍ବସ୍ୱାନ୍ତହୋଇ ଦାଣ୍ଡର ଭିକାରୀ ପାଲଟିଯାଉ ଥିଲେ ମଧ୍ୟ ଏହି ଜୁଆଖେଳର ନିଶା ଛାଡୁନଥିବାର ଜଣାପଡିଛି ।