Odiapua.com

ଜୁଆ ଆଡା ଉପରେ ପୁଲିସର ଚଢଉ,୪ଗିରଫ ୫୩ହଜାର୬୦୦ଟଙ୍କା ଜବତ

ମାଲକାନଗିରି,୨୨ା୧୦ (ଓଡିଆ ପୁଅ )ମାଲକାନଗିରି ଥାନା ପୁଲିସକୁ ମିଳିଛି ଏକ ସଫଳତା । ଗତ କାଲିରାତ୍ରରେ ମାଲକାନଗିରି ବ୍ଲକସ୍ଥ ସତିଗୁଡା ଡ୍ୟାମ ନିକଟରେ କିଛି ବ୍ୟକ୍ତି ଜୁଆ ଖୋଳୁଥିବାର ଖବର ପାଇ ମାଲକାନଗିରି ଥାନା ଆଇଆଇସି ରାମପ୍ରସାଦ ନାଗ ଙ୍କ ନେତୃତ୍ୱରେ ସବଇନିସପେକ୍ଟର ଭବାନୀ ଶଙ୍କର ସାହୁ ପ୍ରମୁଖ ପୁଲିସ କର୍ମଚାରୀ ମାନେ ସେଠାରେ ପହଁଚି ଚଢଉ କରିଥିଲେ । ପୁଲିସ କୁ ଦେଖି କିଛି ଜୁଆଡି ରାତ୍ର ଅନ୍ଧାରରେ ଲୁଚି ପଳାଇଥିବା ବେଳେ ୪ଜଣ ଜୁଆଡିଙ୍କୁ ପୁଲିସ ଗିରଫ କରିଛନ୍ତି । ସେମାନଙ୍କ ନିକଟରୁ ୫୩ହଜାର୬୦୦ଟଙ୍କା, ୩ଟି ମୋବାଇଲ ଫୋନ,୪ଟି ମଟର ସାଇକେଲ,ତାସ ମୁଠା ପୁଲିସ ଜବତ କରିଛି । ଗିରଫ ବ୍ୟକ୍ତି ମାନେ ହେଲେ ମାଲକାନଗିରି ସହରର ଏମଡି ଅଜିଜ,ଶିବ ଗୁପ୍ତା,ଆଲୋକ ପାତ୍ର,ସୋନୁ ବେଶରା, ଗତ ତିନିଦିନ ମଧ୍ୟ ଦୁଇଟି ଜୁଆ ଆଡ୍ଡାଉପରେ ଚଢଉ କରାଯାଇ ୧୦ଜଣ ଜୁଆଡିଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୬୮ହଜାର ଟଙ୍କା ଜବତ ହୋଇଛି । ଗତ କିଛି ଦିନତଳେ ଆପିଏଲ ବେଟିଂ ଜୁଆଖେଳରୁ ୪ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ନଗଦ୯ ଲକ୍ଷ ଟଙ୍କା,୧୮ଲକ୍ଷ ଟଙ୍କା ଜମା ଥିବା ବ୍ୟାଙ୍କ ପାସବୁକ,ମୋବାଇଲ ଫୋନ ଜବତ କରାଯାଇଛି,ଗତ କାଲି ରାତ୍ରରେ ଜୁଆ ଆଡ୍ଡାରୁ ଖସି ପଳାଇଥିବା ଅନ୍ୟ ବ୍ୟକ୍ତି ମାନଙ୍କୁ ଖୁବଶିଘ୍ର ଗିରଫ କରାଯିବ ବୋଲି ଆଇଆଇସି ଶ୍ରୀ ନାଗ କହିଛନ୍ତି ।