Odiapua.com

ଜୀବିକା ସୁରକ୍ଷା ମଞ୍ଚର ଦାବିପତ୍ର ପ୍ରଦାନ

ବାଲିଗୁଡା, ୨୦/୮ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ )ବାଲିଗୁଡା ବ୍ଲକ ଜୀବିକା ସୁରକ୍ଷା ମଞ୍ଚ ତରଫରୁ ଶତାଧିକ ଭତ୍ତା ହିତାଧିକାରୀ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ବ୍ଲକ କାର୍ଯ୍ୟାଳୟ ରେ ପହଂଚି ଭତ୍ତା ହିତାଧିକାରୀଙ୍କୁ ମାସିକ ଭତ୍ତା ୫୦୦ଟଙ୍କା ପରିବର୍ତ୍ତେ ୩ ହଜାର ଟଙ୍କା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବାଲିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବରଙ୍କ ଜିରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଜୀବିକା ସୁରକ୍ଷା ମଞ୍ଚ ତରଫରୁ ବାଲିଗୁଡା ବ୍ଲକ ଅଧୀନରେ ଥିବା ସମସ୍ତ ଗ୍ରାମପଞ୍ଚାୟତର ବୃଦ୍ଧା ବୃଦ୍ଧଙ୍କ ସାମାଜିକ ସୁରକ୍ଷା ଯୋଜନାରେ ଥିବା ସମସ୍ତ ହିତାଧିକାରୀଙ୍କୁ ମାସିକ ଭତ୍ତା ସର୍ବନିମ୍ନ ପାଞ୍ଚଶହ ଟଙ୍କା ଜାଗାରେ ୩ ହଜାର ଟଙ୍କା କରାଯାଉ, ବର୍ତ୍ତମାନ ବଜାରରେ ପ୍ରତ୍ୟେକ ଜିନିଷ ର ଦରଦାମ ବୃଦ୍ଧି ହେଉଛି, ଏଣୁ ୫୦୦ ଟଙ୍କା ରେ ଚଳିବାରେ ବହୁତ କଷ୍ଟ କର ହେବା ସହ ଆମର ବଞ୍ଚିବାର ଅଧିକାର ସମ୍ବିଧାନ ୨୧କୁ ଉଲଘଂନ କରାଯାଉଛି ବୋଲି ଉକ୍ତ ଦାବି ପତ୍ର ରେ ଉଲ୍ଲେଖ ରହିଛି। ଏଥିରେ ବାଲିଗୁଡା ବ୍ଲକ ଜୀବିକା ସୁରକ୍ଷା ମଞ୍ଚ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।