Odiapua.com

ଜୀବିକା ପାଇଁ ବାଜି ଲାଗିଛି ଜୀବନ, ସଂକ୍ରମଣକୁ ଭୟ ନକରି ଶ୍ରମଜୀବୀଙ୍କ କରୋନାକୁ ଆମନ୍ତ୍ରଣ

ଛତିଆ, ୧୪।୫- (ଓଡ଼ିଆ ପୁଅ/ଶରତ ନାୟକ) ଜୀବିକା ପାଇଁ ବାଜି ଲାଗିଛି ଜୀବନ। ତେଣୁ ସଂକ୍ରମଣକୁ ଭୟ ନକରି ଶ୍ରମଜୀବୀ ମାନେ ବାହାରକୁ ବାହାରି ପଡୁଛନ୍ତି କାମ ଅନ୍ବେଷଣରେ। ଥିଲା ବାଲା ମାନେ କାର ଭଡା କରି ସରକାରଙ୍କ ନିୟମ ଅନୁଯାୟୀ ଡ୍ରାଇଭର ସହିତ ୩ ଜଣ ଲେଖାଏଁ ଯା-ଆସ କରୁଛନ୍ତି। କିନ୍ତୁ ଦିନ ମଜୁରିଆ ମାନେ କଣ ଅବା କରନ୍ତେ। ଗୋଟିଏ ଗୋଟିଏ ଛୋଟ ମାଲ ପରିବହନ ଯାନରେ ୫୦/୬୦ ଜଣ ଲେଖା ଲଦାଲଦି ହୋଇ ମାଲ ପରିବହନ ହେଲା ପରି ମଣିଷ ମାନେ ପରିବହନ ହେଉଛନ୍ତି। ଏପରିକି ସେମାନଙ୍କ ମଧ୍ୟରୁ କାହା ମୁହଁରେ ତୁଣ୍ଡି ନଥିଲା।

ଜଣାପଡୁଥିଲା ଯେପରି ଏମାନେ ମହାମାରୀ କରୋନା କୁ ଆମନ୍ତ୍ରଣ କରୁଛନ୍ତି। ଏହିଭଳି ଦେଖିବାକୁ ମିଳିଛି ଯାଜପୁର ଜିଲା ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ଅଞ୍ଚଳରେ। ଏକ ଟାଟଏସି ମାଲ୍ ବୁହା ଗାଡ଼ିଇ ପ୍ରାୟ ୫୦/୬୦ ମହିଳା ଓ ପୁରୁଷ ଶ୍ରମିକ ଛିଡା ହୋଇ ପରିବହନ ହେେେଉଛନ୍ତି। ବୁଧବାର ଦେଖିବାକୁ ମିଳିଥିଲା ଏପରି ଦୃଶ୍ୟ। କାମ ସାରିବା ପରେ ଏମାନଙ୍କୁ ନେଇ ଗାଡ଼ି ଟି ଆସି ଛତିଆ ଅନ୍ତର୍ଗତ ଇଛାନଗରପାଟଣା ବାଲିଯାତ୍ରା ପଡିଆଠାରେ ଅଟକି ଥିଲା ସେମାନଙ୍କୁ ଓହ୍ଲାଇବା ନିମନ୍ତେ। ଏହି ସମୟରେ ଗ୍ରାମର କିଛି ଯୁବକ ଏହା ଦେଖି ପାଟି କରିବା ପରେ ଗାଡ଼ି ଚାଳକ ଶ୍ରମିକ ମାନଙ୍କୁ ଧରି ପଳାଇ ୟାଇଥିଲା। ସେମାନେ ଯେପରି ଭାବେ ଏପରି ଭାବେ ଛିିଡା ହୋଇଥିଲେ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଥିଲା। ଜଣା ପଡୁଥିଲା ଯେମିତି ସେମାନେେ ମହାାମାରୀ କରୋନାକୁ ଆମନ୍ତ୍ରଣ କରୁଛନ୍ତି। କିିନ୍ତୁ ଭୟ ନଥିଲା ଏଇଥିପାଇଁ ସେେମାନେ ଦିନ ମଜୁରିଆ, ଦିନେେ କାମକୁ ନଗଲେ ଚୁଲି ଜଳିବା ବନ୍ଦ ହୋଇଯିବ। ତେଣୁ ଜୀବନକୁ ପଛକୁ ଠେଲି ଜୀବିକା ଯଦି ବାହାରି ପଡିଥିଲେ। ତେେବେ ଏଠାରେ ପ୍ରଶ୍ନ ହେେଉଛି ଏମାନଙ୍କ ମଧ୍ୟରୁ କେେହିଜଣେ ଯଦି କରୋନା ସଂକ୍ରମଣ ହୋଇଥାଏ ତେବେ ପରିଣାମ କଣ ହେବ?

ତେବେ ଏହାର ମୂଳକାରଣ ହେଉଛି ପେଟ ପାଟଣା। ବର୍ତ୍ତମାନ ସମୟରେ ଧନିକ ଶ୍ରେଣୀର ଲୋକମାନଙ୍କ ଅବସ୍ଥା ଢିଲା ହୋଇ ଗଲାଣି। ଦିନ ମଜୁରିଆ ମାନେ ଅବା କଣ କରିବେ। ଦିନେ କାମକୁ ନ ଗଲେ ଚୁଲି ଜଳିବା ବନ୍ଦ ହୋଇଯିବ। ସେହିପରି ବର୍ତ୍ତମାନ ସମୟରେ ପ୍ରତିଦିନ କାମ ମିଳୁନି। ତେଣୁ ଜୀବନକୁ ପଛକରି ଜୀବିକା ଅନ୍ବେଷଣରେ ବାହାରି ପଡୁଛନ୍ତି।

ବାହାରି ପଡୁଛନ୍ତି। ଏଭଳି ସମୟରେ ସେ କେନ୍ଦ୍ର ସରକାର ହୁଅନ୍ତୁ ଅବା ରାଜ୍ୟ ସରକାର ଦିନ ମଜୁରିଆ ଓ ଗରିବ ଗୁରୁବା ଙ୍କ ପାଇଁ ସହାନୁଭୂତି ସହିତ ସହାୟତାର ହାତ ବଢାଇବାର ଆବଶ୍ୟକ। ନହେଲେ ପରିସ୍ଥିତି ଗମ୍ଭୀର ହୋଇ ପଡିବ ଏଥିରେ ସନ୍ଦେହ ନାହିଁ।