ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଜର ଓ ନିଜ ପରିବାରର ସର୍ବାଙ୍ଗୀନ ଉନ୍ନତି ପାଇଁ ନିରନ୍ତର ଚେଷ୍ଟା କରିବା ସହ ସାମାଜିକ ପ୍ରତିବଦ୍ଧତା ରହିବା ପ୍ରତ୍ୟେକ ବ୍ୟକ୍ତି ପାଇଁ ବାଞ୍ଛାନୀୟ । ବ୍ୟକ୍ତିତ୍ୱରେ ଜୀବନ ଯାତ୍ରାରେ ସାମାଜିକ ପ୍ରତିଶ୍ରୁତି ପ୍ରତି ଅଙ୍ଗୀକାର ଦାୟିତ୍ୱ ବୋଧ ରହିଲେ ବ୍ୟକ୍ତିର ବ୍ୟକ୍ତିସତ୍ତା ଆଲୋକିତ ହୁଏ ବୋଲି ନାରାୟଣ ପ୍ରସାଦ କର ଟ୍ରଷ୍ଟର ବାର୍ଷିକ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଶିକ୍ଷକ, କର୍ମକାଣ୍ଡୀ, ବାସ୍ତୁଶାସ୍ତ୍ରୀ, କବି, ପଣ୍ଡିତ ନାରାୟଣ ପ୍ରସାଦ କରଙ୍କ ସ୍ମୃତିରେ ଗଠିତ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ସଂଗଠନ ନାରାୟଣ ପ୍ରସାଦ କର ଟ୍ରଷ୍ଟର ସଭାପତି ଇଂ. ଅଭୟ ସୂତାରଙ୍କ ପୌରୋହିତ୍ୟରେ ଭଦ୍ରକର ସାଂସଦ ମଂଜୁଲତା ମଣ୍ଡଳ ଉଦ୍ଘାଟକ, ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ମୁଖ୍ୟ ଅତିଥି, ଶିକ୍ଷାବିତ୍ ତଥା ପୂର୍ବତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା, ଟ୍ରଷ୍ଟର ପ୍ରତିଷ୍ଠାତା ଅବନ୍ତୀ କର, ‘ଅମୃତ ଦର୍ଶନ’ ପତ୍ରିକାର ସମ୍ପାଦକ, ପ୍ରବଚକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ‘ନୂଆଯୁଗର ନୂଆସକାଳ’ ପତ୍ରିକାର ସଂପାଦିକା ଇଂ. ଅବନ୍ତୀ ମଲ୍ଲିକ, ଅଖଣ୍ଡଳମଣି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଦୀଲ୍ଲିପ କୁମାର ମହାନ୍ତି ଓ ଭଦ୍ରକ ଜିଲ୍ଲା ଭା.ଜ.ପା ମହିଳା ମୋର୍ଚ୍ଚା ସଭାନେତ୍ରୀ କଳ୍ପନା ଜେନା ସମ୍ମାନନୀୟ ଅତିଥିଭାବେ ପ୍ରଥମ ଅଧିବେଶନରେ ଯୋଗଦେଇଥିଲେ ।
ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତି ରବିନାରାୟଣ ଖିଲାର ସ୍ୱାଗତ ଭାଷଣ, ଟ୍ରଷ୍ଟର ସଂପାଦକ ନୀହାର ରଂଜନ କର ସଂପାଦକୀୟ ବକ୍ତବ୍ୟ ରଖିଥିବା ବେଳେ ସାଂସ୍କୃତିକ ସଂପାଦକ ରାମନାରାୟଣ ମହାନ୍ତି ଓ ତାଙ୍କ ସାଥି ସ୍ୱାଗତ ସଂଗୀତ ସହ ଉଦ୍ଯାପନୀ ସଂଗୀତ ପରିବେଷଣ କରିଥିଲେ । କବୟିତ୍ରୀ ମନୋରମା ରାୟ ଅତିଥି ମାନଙ୍କୁ ମଂଚକୁ ଆମନ୍ତ୍ରଣ କରିଥିବା ବେଳେ ପ୍ରକୃତି ବଂଧୁ ବୈକୁଣ୍ଠ ବିଶ୍ୱାଳ ଅତିଥିପରିଚୟ ପ୍ରଦାନ କରିଥିଲେ ଏବଂ କବି ବିଜୟ କୁମାର ବହଳୀ ବେଦପାଠ କରିଥିଲେ । ଶଶିକଳା ମିଶ୍ର, କ୍ଷମାମୟୀ ଲେଙ୍କା ଓ କ୍ଷିରାବ୍ଧି ତନୟା ଓଝା ସ୍ମୃତି ସଂଗୀତ ଗାନକରିଥିଲେ ଏବଂ ଦୀପାଳି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଗୀତାରାଣୀ ଆଇଚ ସମ୍ପାବିତ ‘ଜଙ୍ଗଲ ରାଜା ବାଘମାମୁ’ ଓ ‘ସ୍ୱରଜବାର୍ତ୍ତା’ ସମ୍ବାଦପତ୍ରର ନୂତନ ସଂଖ୍ୟା ପାଠକାର୍ପଣ ହୋଇଥିଲା । ସହ ସଂପାଦକ ପ୍ରଦୀପ କୁମାର ବେହେରା, ନୟନ ରଞ୍ଜନ କର, ନାରାୟଣ ପାଢ଼ୀ ଓ ବ୍ୟଙ୍ଗକବି ବିଜୟଶ୍ରୀ ଗୋକୁଳାନନ୍ଦ ରାଉତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଦ୍ୱିତୀୟ ଅଧିବେଶନରେ ଭଦ୍ରକ ଗୀତି କବି ସମାଜ’ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଗୀତି କବିତା ପାଠଉତ୍ସବ ଅନୁଷ୍ଠିତ ହୋଇଥିଲା । ଶିକ୍ଷାବିତ୍ ତଥା ବରିଷ୍ଠ ସାହିତ୍ୟିକ ପ୍ରାଧ୍ୟାପକ ଡ. ବ୍ରଜମୋହନ ମିଶ୍ର ଏହି ଅଧିବେଶନକୁ ଉଦ୍ଘାଟନ କରିଥିଲେ । ଓଡିଆ ଗୀତି କବି ସମାଜର ସଭାପତି ଗୌର ପଟ୍ଟନାୟକ ମୁଖ୍ୟ ଅତିଥି, ବିଶିଷ୍ଟ ଗୀତିକବି ଓ ପ୍ରଶାସକ ଡ. ଲିଙ୍ଗରାଜ ରଥ ମୁଖ୍ୟବକ୍ତା, ଓଡିଆ ଗୀତି ସମାଜର ସଂପାଦକ ପ୍ରେମଚାନ୍ଦ ମହାନ୍ତି, ବରିଷ୍ଠ ଗୀତକାର ଓ ସୁରକାର ଲକ୍ଷ୍ମୀନାରାୟଣ ମହାନ୍ତି, ନାଟ୍ୟଶ୍ରୀ ନିର୍ମଳ ରାଉତ, କୃଷି ଅଧିକାରୀ ଓ ଗୀତିକାର ଅରୁଣ ପାତ୍ର ସମ୍ମାନନୀୟ ଅତିଥିଭାବେ ଯୋଗଦେଇଥିଲେ ଏବଂ ଗୀତି କବି ସମାଜର କାର୍ଯ୍ୟକାରୀ ସଭାପତି ବିଶିଷ୍ଟ ଆକାଶବାଣୀ ଗୀତିକାର ପୀତାମ୍ବର ମିଶ୍ର ଉକ୍ତ ଆସରରେ ପୌରୋହିତ୍ୟ କରିଥିଲେ ।
ବିଶିଷ୍ଟ ଗୀତିକବି ମାନସ ପଣ୍ଡା, ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢ଼ି, ଶିକ୍ଷୟିତ୍ରୀ ମନୋରମା ରାୟ ଗୀତ ଗୁଡିକୁ ସଂଯୋଜନା କରିଥିଲେ । ଏହି ଆସରରେ ଶ୍ରମିକ ନେତା ବାମଦେବ ମିଶ୍ର ଅତିଥିମାନଙ୍କୁ ମଞ୍ଚନିମନ୍ତ୍ରଣ କରିଥିଲେ । ବିଶିଷ୍ଟ ଗୀତିକବି, ଶିକ୍ଷକ ଗୟାଧର ଦାସ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବାବେଳେ ଜ୍ୟୋତ୍ସାରାଣୀ ପଣ୍ଡା(କୁନି) ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଅଧ୍ୟାପକ ମାଧବଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ବାର୍ଷିକ ଉତ୍ସବରେ ସମାଜରେ ପ୍ରତିଭାରେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ବାଗ୍ମୀ ଓ ଶିକ୍ଷାବିତ୍ ଡ. ବ୍ରଜମୋହନ ମିଶ୍ର, ଡା. ହରେକୃଷ୍ଣ ନାୟକ, କବିୟିତ୍ରୀ ଶାନ୍ତିଲତା ନାଗ, ସାରସ୍ୱତ ସାଧକ ପ୍ରାଧ୍ୟାପକ ସୁରେନ୍ଦ୍ର ପ୍ରସାଦ ମହାନ୍ତି, କାବ୍ୟକାର ପଣ୍ଡିତଶ୍ରୀ ଶିବ ପ୍ରସାଦ ଦାଶ, ପଣ୍ଡିତ ପୀତବାସ ସନ୍ଧିବିଗ୍ରହ, ଗୀତିକବି ପୀତାମ୍ବର ମିଶ୍ର, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଶିକ୍ଷାବିତ୍ ଗଗନ ବିହାରୀ ରାଉତ, ଶିକ୍ଷାବିତ୍ ଉମାକାନ୍ତ ନାୟକ, ବିଶିଷ୍ଟ ମଞ୍ଚ, ଦୂରଦର୍ଶନ ଓ ଚଳଚିତ୍ର ଅଭିନେତା ଅମ୍ବିକା ବଲ୍ଲଭ ସ୍ୱାଇଁ ଓ ପାଲା ଗାୟକ ଲକ୍ଷ୍ମଣ ଚରଣ ରାଉତଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । କବୟିତ୍ରୀ ଚୈତାଳି ଖିଲାର, ସୁମିତ୍ରା ପାଣି, ନୂପୁର ଘୃତ କୌଶିକ, ଦୀପ୍ତିମୟୀ ସାହୁ ପ୍ରମୁଖ ଉତ୍ସବକୁ ପରିଚାଳନା କରିଥିଲେ ।