Odiapua.com

ଜୀବନ ବୀମା ନିଗମ ଅଧିକର୍ତ୍ତା ସମ୍ମିଳନୀ

ବାଲେଶ୍ୱର, ୨୮ା୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜୀବନ ବୀମା ନିଗମ ଅଧୀନସ୍ଥ ବରିଷ୍ଠ ଉନ୍ନୟନ ଅଧିକାରୀ ପ୍ରଦୀପ୍ତ କିଶୋର ସାହୁଙ୍କ ୟୁନିଟ ଅଭିକର୍ତ୍ତାମାନଙ୍କର ଏକ ସମ୍ମିଳନୀ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଜୀବନ ବୀମା ନିଗମ ବାଲେଶ୍ୱର ଶାଖା ମୁଖ୍ୟ ତଥା ବରିଷ୍ଠ ପ୍ରବନ୍ଧକ ମୃଣ୍ମୟ କୁମାର ଚକ୍ରବର୍ତ୍ତୀ ଏହି ସମ୍ମିଳନୀକୁ ଉଦଘାଟନ କରିବା ସହ ଦିନକୁ ଦିନ ସବୁକ୍ଷେତ୍ରରେ ଜୀବନ ବୀମାର ଚାହିଦା ଆଶାତୀତ ବୃଦ୍ଧି ପାଇବା ଅତ୍ୟନ୍ତ ଖୁସୀର ବିଷୟ ବୋଲି କହିଥିଲେ। ଏହାର ସୁଯୋଗ ନେଇ ଅଧିକ ସଂଖ୍ୟକ ପଲିସି ହୋଲ୍ଡର ଓ ପ୍ରିମିୟମ ସଂଗ୍ରହ ପାଇଁ ସେ ଅଭିକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ। ଏଲଆଇସି ସେଲ୍ସ ବିଭାଗର ସହକାରୀ ଶାଖା ପରିଚାଳକ ରଶ୍ମିକାନ୍ତ ମହାନ୍ତି ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପରିବର୍ତ୍ତିତ ପରିସ୍ଥିତିରେ ସୋସିଆଲ ମିଡିଆ ଓ ମୋବାଇଲ ଆପ ସହ ତାଳଦେଇ ଦକ୍ଷତା ବୃଦ୍ଧି ପାଇଁ ସେ ଅଭିକର୍ତ୍ତାମାନଙ୍କୁ କହିଥିଲେ। ସିନିୟର ବିଜିନେସ ଆସୋସିଏଟ ବରିଷ୍ଠ ଉନ୍ନୟନ ଅଧିକାରୀ ପ୍ରଦୀପ୍ତ କିଶୋର ସାହୁ ଏହି ବୈଠକରେ ଅଧ୍ୟକ୍ଷତା କରିବା ସହିତ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଅଧିକ କ୍ରିୟାଶୀଳ ହେବାକୁ ଆହ୍ୱାନ ଦେଇଥିଲେ। ବରିଷ୍ଠ ଅଧିକର୍ତ୍ତା ତଥା ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି ଏଥିରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉଲେଖନୀୟ କାର୍ଯ୍ୟଧାରା ପାଇଁ ସଂଜୟ ସାହୁ, ରବୀନ୍ଦ୍ର କୁମାର ନାୟକ, ଜଗଦ୍ଦୀଶ ଦଳେଇ, ସୁରେଶ ଚନ୍ଦ୍ର ଦାସ, ସୁଧାଂଶୁ ଶେଖର ପ୍ରଧାନ, ସତ୍ୟବ୍ରତ ପଣ୍ଡା ପ୍ରମୁଖଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ନପୂର୍ଣ୍ଣା ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନା ପରିଚାଳନାରେ ଦେବାଶିଷ ଗିରି, ଅନ୍ନପୂର୍ଣ୍ଣା ବେହେରା, ହରପ୍ରିୟା ନାୟକ, ଚିତ୍ତରଂଜନ ନାୟକ, ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।