Odiapua.com

ଜୀବନ ବୀମା କର୍ମଚାରୀ ସଂଘର ଜୋନାଲ ସମ୍ମିଳନୀ ଉଦଘାଟିତ

ସମ୍ବଲପୁର, ୨୯/୯ (ଓଡ଼ିଆ ପୁଅ) – ଭାରତୀୟ ଜୀବନ ବୀମା ନିଗମ କର୍ମଚାରୀ ଏସୋସିଏସନ ପୂର୍ବ-କେନ୍ଦ୍ରୀୟ ଜୋନର ୫ମ ତ୍ରିବାର୍ଷିକ ସମ୍ମିଳନୀ ଆଜି ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟ ଠାରେ ଉଦଘାଟିତ ହୋଇଛି। ଜୋନାଲ ସଭାପତି ପ୍ରଦୀପ ମୁଖାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ଅଭ୍ୟର୍ଥନା ସମିତି ସଭାପତି ବିଶିଷ୍ଟ ଶିକ୍ଷାବିଦ ଡ଼. ଦିଲ୍ଲୀପ ପଂଡ଼ା ସ୍ୱାଗତ ଭାଷଣ ପ୍ରଦାନ କିରଥିଲେ। ସଂଘର କେନ୍ଦ୍ରୀୟ ସଭାପତି ଅମାନୁଲ୍ଲା ଖାନ ସମ୍ମିଳନୀକୁ ଉଦଘାଟନ କରି କହିଲେ ଯେ, ନୀତି, ଆଦର୍ଶ ଏବଂ ରାଜନୈତିକ ଦୃଷ୍ଟିରେ ସଂକଳ୍ପବଦ୍ଦ ରହିବାର ସମୟ ଆସିଛି। ବହୁ ପ୍ରତିକୂଳ ପରିସ୍ତିତିରେ ମଧ୍ୟ ଭାରତୀୟ ଜୀବନ ବୀମା ନିଗମ ଗତି ପଥରୁ ବିଚ୍ୟୁତ ହୋଇନାହିଁ। ସଫଳତା ମିଳିଛି ସତ, ହେଲେ ଦାୟୀତ୍ୱ ମଧ୍ୟ ବଢିଛି। ଏବେ ବୀମା କ୍ଷେତ୍ରେ ନିଗମର ୭୩ ପ୍ରତିଶତ ଅଂଶ ରହିଛି। ଚାଳିଶ କୋଟି ବୀମା ରହିଛି। ହେଲେ ସମସ୍ତଙ୍କୁ ନିଜ ନିଜ ଦାୟୀତ୍ୱକୁ ଠିକ ଭାବରେ ନିର୍ବାହ କରିବାର ସମୟ ଆସିଛି। କାରଣ ଏହା ଦ୍ୱାରା ଜନସାଧାରଣଙ୍କ ବିଶ୍ୱାସକୁ ଅତୁଟ ରଖାଯାଇପାରିବ। ସେ କହିଲେ ଯେ, ବୀମା ପଲିସି ବନ୍ଦହେବାର କାରଣ ବେକାରୀ, ବିଭିନ୍ନ କ୍ଷେତ୍ରର ଛଟେଇ ଅଟେ। ଅନ୍ୟ ଶିଳ୍ପରେ ଛଟେଇ ଓ ନିଯୁକ୍ତି ବନ୍ଦ ଥିବା ବେଳେ ଜୀବନ ବୀମା ପାଇଁ ସାଢେ ଆଠ ହଜାର ପଦ ପାଇଁ ଭର୍ତି ପ୍ରକ୍ରୀୟା ଚାଲିଛି। କର୍ମଚାରୀଙ୍କ ପେନସନ, ଦରମା ପୁନନିର୍ଧାରଣ ନିଷ୍ପତି ଏକ ସଫଳତା ଅଟେ। ତେବେ ନୋଟବନ୍ଦୀ, ଜିଏସଟି ଭଳି ତୃଟୀରୁ ଆର୍ଥୀକ ସଙ୍କଟ ଉପୁଜୁଛି। ଏହା ପ୍ରଭାବ ସବୁକ୍ଷେତ୍ରରେ ଅନୁଭୂତ ହେବ। ଦେଶର ପୁଞି ବଦେଶକୁ ଚାଲିଯାଉଛି। କୋଟି କୋଟି ଚାକିରୀ ଉଛେଦ ହେବା ଓ ଲୋକେ ବେରୋଜଗାର ହେଉଥିବା ସମସ୍ୟାର ତୁରନ୍ତ ପ୍ରତିକାର କରାଯିବା ଆବଶ୍ୟକ। ଗ୍ରାମାଂଚଳ ଠାରୁ ଆରମ୍ବ କରି ସବୁ କ୍ଷେତ୍ରରେ ପୁଞି ନିବେଶକରି ରୋଜଗାର ସୃଷ୍ଟି କରାନଗଲେ ଲୋକଙ୍କ ପାଖକୁ ଅର୍ଥ ଆସିବ ନାହିଁ କି ଆର୍ଥିକ ମାନ୍ଦାବସ୍ତାରେ ପରିବର୍ତ୍ତନ ଆସିପାରିବନାହିଁ। ଲୋକଙ୍କ ମୈାଳିକ ଅଧିକାରର ସୁରକ୍ଷା, ଦେଶର ବିବିଧତା ମଧ୍ୟରେ ଏକତା ସୂତ୍ରର ବଜାୟ ରଖାଯିବା, ଧନୀ ଗରିବ ମଧ୍ୟରେ ଥିବା ବ୍ୟବଧାନକୁ ପାଟିବା, ସମସ୍ତଙ୍କୁ ଖୁସିରେ ସହସବସ୍ତାନର ସୁଯୋଗ ଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହି ସଭାରେ ନଗମର ସମ୍ବଲପୁର ଡ଼ିଭିଜନର ବରିଷ୍ଟ ମଂଡ଼ଳ ପ୍ରବଂଧକ ମନୋଜ କୁମାର ପଂଡ଼ା, ସଂଘର ସାଧାରଣ ସମ୍ପାଦକ ଶ୍ରୀକାନ୍ତ ମିଶ୍ର, କେନ୍ଦୀୟ ସାଧାରଣ ସମ୍ପାଦକ ଭି ରମେଶ, ଯୁଗ୍ମ ସମ୍ପାଦକ ବି ସାନ୍ୟାଲ, କୋଷାଧ୍ୟକ୍ଷ ଡ଼ି ରବି, ଜୋନାଲ କମିଟୀର ସଦସ୍ୟା ମନୋରମା ମହାନ୍ତି, ଡ଼ିଭିଜନ ସଭାପତି ମୀନ ରଞନ ବିଶି, ସଂଘର ସଂଗଠକ ବାମଦେବ ମିଶ୍ରଙ୍କ ସହିତ ଭୁବନେଶ୍ୱର, ବ୍ରହ୍ମପୁର, ଏବଂ କଟକ ଡ଼ିଭିଜନରୁ ଆସିଥିବା ଏସୋସିଏସନର କର୍ମକର୍ତା ମାନେ ମଂଚାସୀନ ଥିଲେ। ଅଭ୍ୟର୍ଥନା କମିଟୀର ଅଧ୍ୟକ୍ଷ ଡ଼. ପଣ୍ଡା ତାଙ୍କ ବକ୍ତବ୍ୟରେ କହିଲେ ଯେ, ସମ୍ପ୍ରତି ଦେଶର ଏକତା, ଅର୍ଥନିତୀ, ବିଭିନ୍ନତା କଳୁସିତ ହେବାରେ ଲାଗିଛି।ଏହା ର ପଛରେଥିବା ତତ୍ୱଙ୍କ ପ୍ରତିରୋଧ କରିବାକୁ ହେବ। ଗଣତାନ୍ତ୍ରୀକ ମୂଳ୍ୟବୋଧର ସୁରକ୍ଷାକୁ ସମସ୍ତ ସଚେତନ ବର୍ଗ କର୍ତବ୍ୟ ବୋଲି ଭାବିବାକୁ ପଡ଼ିବ। ରାଷ୍ଟ୍ରାୟତ ବୀମା, ବେଙ୍କ ଏବଂ ଅନ୍ୟାନ୍ୟ କ୍ଷେତ୍ରକୁ ବଂଚାଇବାକୁ ହେବ। ରଷ୍ଟ୍ରାୟତ ଉଦ୍ୟୋଗହିଁ ଦେଶର ଲୋକଙ୍କ ପୁଞ୍ଜିକୁ ସୁରକ୍ଷା ଦେଇପାରିବେ। ଏହାକୁ ଅଣଦେଖା କରାଯାଇ ବେଙ୍କ ମିଶ୍ରଣ, ସରକାରୀ ଉଦ୍ୟୋଗର ଘରୋଇକରଣ ଭଳି ଦୁଃସାହସ ଦେଶର ହିତକରିପାରିବା ନାହିଁ ବୋଲି ସେ କହିଥିଲେ। ତିନିଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟରୁ ପ୍ରାୟ ଚାରୀଶହ ପ୍ରତିନିଧି ଯୋଗଦେଇଛନ୍ତି। ଉଦଘାଟନ ପୂର୍ବରୁ ଏସୋସିଏସନର ପ୍ରତିନିଧି ମାନେ ଏକ ପଟୁଆରରେ ସହର ପରିକ୍ରମା କରିଥିଲେ। ପରେ ଦିବ୍ୟାଂଗ କଳାକାର ମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ।