Odiapua.com

ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ମୁକୁଳା ବିଦ୍ୟୁତ୍ ଟ୍ରାନ୍ସମିଟର

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୦/୦୬-  ରାଜ୍ୟ ସରକାର ବିଦ୍ୟୁତ୍ ଯୋଗାଣ କୁ ପ୍ରାଧାନ୍ୟ ଦେଇ ଚାଲିଥିବା ବେଳେ ବିଦ୍ୟୁତ୍ ପରିବଣ୍ଟନ ବ୍ୟବସ୍ଥା କୁ ସୁଧାର ଆଣିବା ପାଇଁ ଅନେକ ଚେଷ୍ଟା ଚଲାଇଛନ୍ତି । ଦିନ କୁ ଦିନ ସେହି ପୁରୁଣା ବିଦ୍ୟୁତ୍ ଖୁଣ୍ଟ ଓ ବିଦ୍ୟୁତ୍ ଟ୍ରାନ୍ସମିଟର ର ଅବସ୍ଥା ନିମ୍ନଗାମୀ ହେଉଥିବା ବେଳେ ତାର ସୁଧାର ଆସିପାରୁନି । କମ୍ପାନୀ ପରେ କମ୍ପାନୀ ବଦଳୁଛି ହେଲେ ଅବସ୍ଥା ସୁଧୁରୁନି । ଅନେକ ସ୍ଥାନରେ ବିଦ୍ୟୁତ୍ ଟ୍ରାନ୍ସମିଟର ଗୁଡିକ ଖୋଲା ମେଲା ରେ ଧନ ଜୀବନ ହାନୀ ଘଟାଉଛି । ସେଭଳି ଏକ ଟ୍ରାନ୍ସମିଟର ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଦର୍ପନାରାୟଣପୁର ସବ୍‌ଷ୍ଟେସନ୍ ଲୁଣିସାହି ଗାଁ ମୁଣ୍ଡରେ ।

ଏହି ଟ୍ରାନ୍ସମିଟର ଟି ରାସ୍ତା କଡରେ ଗଛଲତା ପରିବେଷ୍ଟିତ ବିନା ପ୍ରାଚୀର ରେ ରହିଅଛି । ଯାହାଫଳରେ ପ୍ରତିବର୍ଷ ଗାଈ, ବଳଦ ଠାରୁ ଆରମ୍ଭ କରି ମଣିଷ ମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ଗ୍ରାମବାସୀମାନେ ଟ୍ରାନ୍ସମିଟର ଚାରିପଟେ ପ୍ରାଚୀର ନିର୍ମାଣ ପାଇଁ ଦାବୀ କରୁଛନ୍ତି । ହେଲେ ବିଭାଗ ଚୁପ ରହିଛି । ଏ ସର୍ମ୍ପକେ ଦର୍ପନାରାୟଣପୁର ସବ୍‌ଷ୍ଟେସନ ଦାଇତ୍ୱରେ ଥିବା ପରିଚାଳକ ବିକାଶ କୁମାର ସେନାପତି ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ବର୍ତ୍ତମାନ ଟାଟା ପାୱାର ବିଦ୍ୟୁତ୍ ପରିବଣ୍ଟନ ଦାଇତ୍ୱ ନେଲା ପରେ ଟ୍ରାନ୍ସମିଟର ଗୁଡିକ କୁ ପ୍ରାଚୀର ପରିବେଷ୍ଟିତ କରିବା ପାଇଁ କୈାଣସି ଅର୍ଥ ଆସିନାହିଁ । ଅର୍ଥ ଆସିଲେ ପ୍ରାଚୀର ନିର୍ମାଣ କରାଯିବ । ଜନସାଧାରଣ ରେ ପ୍ରଶ୍ନ ଉଠେ ଯେ ଏହି ମଧ୍ୟରେ କୈାଣସି ଧନ ଜୀବନ ହାନୀ ହେଲେ କିଏ ଦାୟୀ ରହିବ ।